-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
02-Apr-2023
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ସହର ଭୁତାପଡା ମା' ମଙ୍ଗଳା ମନ୍ଦିର କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି I ମନ୍ଦିର ପରିସରରେ ଅନୁଷ୍ଠିତ ଏହି ବୈଠକରେ ଚୈତ୍ର୍ୟ ବାସନ୍ତୀକ ନବରାତ୍ର ପୂଜନୋତ୍ସବ ଶାନ୍ତି ଶୃଙ୍ଖଲାର ସହିତ ସମାପନ ହୋଇଥିବାରୁ ଏହି ପର୍ବରେ ସାମିଲ ଶ୍ରଦ୍ଧାଳୁଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା I ମନ୍ଦିରର ପୂଜକ ମହେଶ୍ୱର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିରର ପୃଷ୍ଠପୋଷକ ରବୀନ୍ଦ୍ର କୁମାର ଜେନା, କାର୍ଯ୍ୟକାରୀ କମିଟି ସଦସ୍ୟ ସରୋଜ ସାହୁ, କଳ୍ପତରୁ ବେହେରା, ମମତା ଦେହୁରୀ, ରସାନନ୍ଦ ବେହେରା, ରମାକାନ୍ତ ଜେନା, ସୁଧାଂଶୁ ଶେଖର ମହାରଣା, ସୁଶାନ୍ତ ମହାପାତ୍ର, ଜଗଦୀଶ ଅଗ୍ରୱାଲ, ରାଜ କିଶୋର ନାୟକ, ସାଧବ ପ୍ରଧାନ, ପିତବାସ ବେହେରା, ରମେଶ ଚନ୍ଦ୍ର ମିଶ୍ର, ପୁରନ୍ଦ୍ର ବିଶ୍ୱାଳ, ବିରଞ୍ଚି ବେହେରା, ପ୍ରମୁଖ ଉପସ୍ଥିତ ରହି ନିଜ ନିଜସ୍ୱ ମତାମତ ପ୍ରଦାନ କରିଥିଲେ I ପରିଶେଷରେ ଯାଦବ ଚରଣ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ I