-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
01-Apr-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର ): ସ୍ଥାନୀୟ ଯାଦବ ଭବନ ବଲାଙ୍ଗୀର ଠାରେ ତହଁକ ସାହିତ୍ୟ କୁଟୁମ ପକ୍ଷରୁ " ଆମେ ଭକୁଆ କି ଆମକୁ ଭକୁଆ ବନାଲେ "ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଆଲୋଚକ ଭାବେ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଯୋଗଦେଇ ଏ ଅଞ୍ଚଳକୁ ବାଧ୍ୟ ବାଧ୍ୟକତା କରି ରାଜାମାନଙ୍କୁ ଡରାଇ ଓଡିଶା ସହିତ ମିସା ଗଲା। କୋସଲ ଏବଂ କୋସଲୀ ନିଶ୍ଚିତ ଭାବେ ସ୍ଵତନ୍ତ୍ର ଏବଂ ଆଗାମୀ ଦିନରେ କୋସଲ ରାଜ୍ୟ ହେବବୋଲି ମତ ରଖିଥିଲେ। କୋସଲୀ କବି ଗବେଷକ ରାମଭକ୍ତ ଫରିକାର, ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, କୋଶଲ ପ୍ରବାହ ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ, କବି କପିଳେଶ୍ଵର ଖମାରୀ, କୋସଲ ରାଜ୍ୟ ଆଗରୁ ଥିଲା ଆମଠୁ ଯୋର ଜବରଦସ୍ତି ଛଡାଇ ନିଆଯାଇଛି ଏବଂ ଏହାକୁ ଛଡାଇ ଆଣିବାର ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମତ ରଖିଥିଲେ।
ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର, ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା, କବି ସୁଶାନ୍ତ ବାଗ, ଗବେଷିକା ସୀମାରାଣି ରଥ, ସମାଜସେବୀ ବିନୋଦ କାଲସାଏ, ସରୋଜ ମହାକୁଡ, ମଧୁସୂଦନ ଦାଶ, ପ୍ରଭାସିନି ଭୋଇ, ପ୍ରଶାନ୍ତ ମହାକୁର, ନେପାଲ ଚନ୍ଦ୍ର ବାଗ, ସବିତା ମହରା ପ୍ରମୁଖ ଯୋଗ ଦେଇ ନିଜ ନିଜ ମତ ରଖିଥିଲେ। ସଭାକୁ କୋଶଲ ସାହିତ୍ୟ ଏକାଡେମୀ ସଭାପତି ଦେବେନ୍ଦ୍ର ନାଏକ ପରିଚାଳନା କରିଥିବାବେଳେ କବି ଗୋପୀନାଥ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ।