-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||     

HOME   ଜିଲ୍ଲା

ସାରସମାଲରୁ ଦିଲ୍ଲୀ..ଦିଲ୍ଲୀରୁ ହମ୍ବର୍ଗ-ଜର୍ମାନୀ: ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଟି ଝିଅ ଏବଂ ତାଙ୍କ ଅଭିଭାବକଙ୍କ ପାଇଁ ଗଜେନ୍ଦ୍ର କୁମାର ସାହୁ ଏବଂ ତାଙ୍କ ଝିଅ ଉର୍ଜା ନିଶ୍ଚିତ ଭାବେ ଏକ ପ୍ରେରଣାର ଉତ୍ସ 

30-Mar-2023



ସୋନପୁର(ମନୋରଞ୍ଜନ ତ୍ରିପାଠୀ):

ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତହସିଲ ଅନ୍ତର୍ଗତ ସାରସମାଲ ନିବାସୀ ଗୁନା ସାହୁଙ୍କ ପୁଅ ଗଜେନ୍ଦ୍ର କୁମାର ସାହୁ ସାରସମାଲ ଭଳି ଏକ ମଫସଲରୁ ବହାରି ଆଜି ଭରାତର ରାଜଧାନୀ ଦିଲ୍ଲିର ସ୍ଥାୟୀ ବାସିନ୍ଦା। ଗଜେନ୍ଦ୍ରଙ୍କ ପାଇଁ ଆଜି ଗର୍ବର ବିଷୟ ହେଉଛି ତାଙ୍କ ଝିଅ ଉର୍ଜା ଉତ୍କଳିକା।

ଉର୍ଜା ଆଜି ଉନ୍ନତ ଉଚ୍ଚତର ଶିକ୍ଷା ପାଇଁ ବିଦେଶରେ। ଜର୍ମାନୀର ହମବର୍ଗରେ ଅଧ୍ୟୟନ ରତ ଉର୍ଜା ଉତ୍କଳିକା ଏବଂ ତାଙ୍କ ବାପା ଗଜେନ୍ଦ୍ରଙ୍କ ସାରସମାଲରୁ ଆରମ୍ଭ କରି ଦିଲ୍ଲି ରହଣି ପର୍ଯ୍ୟନ୍ତ ଲମ୍ବା ଯାତ୍ରା ବେସ୍ ଘଟଣା ବହୁଳ ହୋଇଥିବା ବେଳେ ମଫସଲ୍ ର ଏକ ଚାଷୀ ପରିବାରରୁ ବାହାରି ନିଜସ୍ବ ଉଦ୍ୟମରେ ନିଜ ଗୋଡରେ ଛିଡା ହେବା ଏବଂ ଆଜି ନିଜ ଏକମାତ୍ର ଝିଅକୁ ଖୋଲାଖୋଲି ଭାବେ ସମର୍ଥନ କରି ଉଚ୍ଚତର ଅଧ୍ଯୟନ ସକାଶେ ବିଦେଶ ପଠାଇବା ନିଶ୍ଚିତ ଭାବେ ସୁବର୍ଣ୍ଣପୁର ଜିଲ୍ଲାର ଗ୍ରାମାଞ୍ଚଳର ପ୍ରତିଟି ଝିଅ ଏବଂ ତାଙ୍କର ଅଭିଭାବକଙ୍କ ସକାଶେ ଏକ ଦୃଷ୍ଟାନ୍ତମୂଳକ ଉଦାହରଣ ଅଟେ।

ଗଜେନ୍ଦ୍ରଙ୍କ ଏ ଲମ୍ବା ଯାତ୍ରାର କାହାଣୀ ଗଜେନ୍ଦ୍ରଙ୍କ ମୁହଁରୁ . . ..

ଗଜେନ୍ଦ୍ରଙ୍କ ପାଠପଢା ଆରମ୍ଭ ହେଲା ନିଜ ଗାଁ ସାରସାମଲର ପ୍ରାଥମିକ ବିଦ୍ୟାଳୟରୁ। ପରେ ରାମପୁର ହାଇସ୍କୁଲ ଏବଂ ପରେ ରାଜେନ୍ଦ୍ର ମହାବିଦ୍ୟାଳୟ ବଲାଙ୍ଗିର। ଗଜେନ୍ଦ୍ରଙ୍କ ପରିବାର ତାଙ୍କ ବନ୍ଧୁବାନ୍ଧବ ଘର ପାଖରେ ସିମିତ ରହିଥିବାରୁ ଗଜେନ୍ଦ୍ରଙ୍କ ପକ୍ଷରେ କେବେ ସୁଯୋଗ ନଥିଲା ବାହାର ଦୁନିଆ ବୁଲିବାକୁ କିନ୍ତୁ ନିଜର ଦୃଢ ଇଚ୍ଛାଶକ୍ତି ଏବଂ ନିଜର ସ୍ବପ୍ନକୁ ସାକାର କରିବାର ଜିଦ୍ ଗଜେନ୍ଦ୍ରଙ୍କ ପାଇଁ ଆଣିଥିଲା ଅପାର ସମ୍ଭାବନା। ଜୀବନରେ ପ୍ରଥମଥର ପାଇଁ ଘରୁ ଏକା ଟ୍ରେନ୍ ଯାତ୍ରା କରି ଦେଶର ରାଜଧାନୀ ଦିଲ୍ଲୀ ପହଞ୍ଚିଥିଲେ ଗଜେନ୍ଦ୍ର।ପରେ ଦିଲ୍କୀରେ "International Travel Ticketing Management" ପାଠ ପଢିବାର ସୁଯୋଗ ପାଇଥିଲେ ଗଜେନ୍ଦ୍ର। ପୁରୁଣା ଢାଞ୍ଚା ଅର୍ଥାତ ଡାକ୍ତର ଇଞ୍ଜିନିୟର ହେବା ଛାଡି ଅନ୍ୟଏକ ଦିଗକୁ ଅଗ୍ରସର ହୋଇଥିଲେ ସେ ଏକା ଏକା।ପରେ ସେ International Air ticketing ରେ କାମ ଆରମ୍ଭ କରିଥିଲେ।ଲୋକଙ୍କ ପାଇଁ ବିଦେଶ ଗସ୍ତ ସକାଶେ Travell plan & Air Ticket କରୁ କରୁ ଦିନ ଆସିଲା ନିଜେ ବିଦେଶ ଯିବା ଏବଂ ଦୁନିଆ ଦେଖିବା । କିନ୍ତୁ ଗଜେନ୍ଦ୍ର କେବେ ଭାବିନଥିଲେ ଯେ ଦିନ ଆସିବ ଯେ ସେ ତାଙ୍କ ଏକ ମାତ୍ର ଝିଅ ପାଇଁ ଦିନେ ବିଦେଶ ଯିବାକୁ ନିଜେ ଟିକଟ୍ ବନେଇବେ। ତେବେ ଏତେ ସବୁ ଭିତରେ ଝିଅ ଉର୍ଜାର ମଧ୍ୟ ବିଦେଶରେ ପାଠ ପଢିବାର ସୁଯୋଗ ସୃଷ୍ଟି ହେଲା ।ଦିଲ୍ଲି ସିବିଏସସି ବୋର୍ଡରୁ ଦ୍ବାଦଶ ପାସ କଲାପରେ ଉର୍ଜା ଉଚ୍ଚତର ଶିକ୍ଷା ପାଇଁ ଜର୍ମାନୀର ବିଭିନ୍ନ ବିଶ୍ବବିଦ୍ୟାଳୟରେ ନାମଲେଖା ସକାଶେ ଆବେଦନ କରିଥିଲେ ତେବେ ଜର୍ମାନୀର ହମବର୍ଗ ସ୍ଥିତ ଏକ ବିଶ୍ବ ବିଦ୍ୟାଳୟରେ ଉର୍ଜାଙ୍କୁ ପାଠ ପଢିବାର ଅନୁମତି ମିଳିଯାଇଛି।ଉର୍ଜା ବର୍ତ୍ତମାନ ମନସ୍ତତ୍ତ୍ବ (Psychology) ରେ ଅଧ୍ଯୟନ କରୁଛନ୍ତି ଜର୍ମାନୀର ହମବର୍ଗରେ। ତାଙ୍କ ଝିଅ ଏକା ବିଦେଶ ରେ ରହି ପାଠ ପଢିବାକୁ ପ୍ରଥମେ ରାଜି ନଥିଲେ ଗଜେନ୍ଦ୍ର କିନ୍ତୁ ଝିଅର ଆତ୍ମବିଶ୍ବାସ ଆଗରେ ହାରି ଯାଇଥିଲେ ସେ। ଗଜେନ୍ଦ୍ର ବୁଝିଥିଲେ ଯେ ସେ ଯଦି ବିନା କୌଣସି ସାହା ଭରସାରେ ସାରସମାଲରୁ ଦିଲ୍ଲି ଆସି ଆଜି ଗୋଟିଏ ସୁରକ୍ଷିତ କ୍ୟାରିଅର୍ ଗଢିଛନ୍ତି ତବେ ତାଙ୍କ ଝିଅର ମଧ୍ୟ ଆଗକୁ ବଢିବାର ଅଧିକାର ଅଛି ଓ ତାଉପରେ ବିଶ୍ବାସ ଦେଖାଇ ଖୋଲା ସମର୍ଥନ ଜଣାଇଥିଲେ ଗଜେନ୍ଦ୍ର।ଜଣେ ଦାୟିତ୍ବବାନ ପିତା ଭାବରେ ଝିଅ ପାଇଁ ଆବଶ୍ୟକ ହେଉଥିବା ଛାତ୍ର ଭିଜା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗର ସୁବ୍ୟବସ୍ଥା କରିଥିଲେ ଗଜେନ୍ଦ୍ର। ତେବେ ଗଜେନ୍ଦ୍ର ଦିଲ୍ଲିରେ ବିଭିନ୍ନ ସମାଜିକ ଅନୁଷ୍ଠାନ ସହ ଜଡିତ ଥିବା ବେଳେ ସେ ଦିଲ୍ଲି ଜୁହାର ପରିବାରର ଜଣେ ପ୍ରତିଷ୍ଠାତା ସଦଶ୍ୟ ଅଟନ୍ତି।ପରେ ଟେକ୍ସଟାଇଲ ଏସୋସିଏସନ୍ ଅଫ୍ ଇଣ୍ଡିଆ(TAI) ସହ ଜଡିତ ହେବାପରେ ଅାଜି ଗଜେନ୍ଦ୍ର ଉକ୍ତ ଅନୁଷ୍ଠାନର ଉପାଧକ୍ଷ ଅଛନ୍ତି। ଗଜେନ୍ଦ୍ର ଅନେକ ଗୁଡିଏ ଆନ୍ତର୍ଜାତିକ ଅନୁଷ୍ଠାନ ଗୁଡିକ ସହିତ ସିଧାସଳଖ ଯୋଡି ହୋଇରହିଥିବା ବେଳେ ଗ୍ରାମାଞ୍ଚଳର ପ୍ରତିଭାକୁ ବିଶ୍ୱସ୍ତରୀୟ ଫୋରମରେ ସଂଯୋଗ କରିବା ପାଇଁ ବର୍ତ୍ତମାନ ମେଡିକାଲ୍ ହ୍ୟାଣ୍ଡଲୁମ୍ ଟେକ୍ସଟାଇଲ୍ ଉପରେ କାମ କରୁଥିବା ସୁଚନା ଦେଇଛନ୍ତି।ସେ ଅନେକ ସମୟରେ ପଶ୍ଚିମ ଓଡିଶାରୁ ଦିଲ୍ଲି ଆସୁଥିବା ବହୁ ଲୋକଙ୍କୁ ମେଡିକାଲ୍ ତଥା ଅନ୍ୟାନ୍ୟ ବିଷୟରେ ଅସୁବିଧା ସମୟରେ ସହଯୋଗ ମଧ୍ୟ କରିଥାନ୍ତି । ପାଖାପାଖି ୪୦ ଥର ଦରକାର ସମୟରେ ଦଳ୍ଲିରେ ରକ୍ତଦାନ

କରି ଅନେକଙ୍କ ଜୀବନ ବଞ୍ଚାଇଥିବା ମଧ୍ୟ ସୁଚନା ମିଳିଛି।ତେବେ ଏତେସବୁ ପରେ ମଧ୍ୟ ଗଜେନ୍ଦ୍ର ନିଜ ଜନ୍ମମାଟିକୁ ଭୁଲିନାହାନ୍ତି।ବର୍ଷର ବିଭିନ୍ନ ସମୟରେ ଗାଁକୁ ଆସନ୍ତି ବରିଷ୍ଟ ବୟୋଜେଷ୍ଠଙ୍କ ଠାରୁ ଆରମ୍ଭ କରି ଛୋଟ ଛୁଆ ଯୁବକଙ୍କ ସହ ବେସ୍ ମିଳାମିଶା କରି ପୁରୁଣା ସ୍ମୃତିକୁ ତାଜା କରନ୍ତି ଏବଂ ତାସହ ନିଜ ଅଞ୍ଚଳର ପ୍ରତିଭାକୁ ଅନ୍ବେଶଣ କରିବା ସହ ନିଜ ଅଞ୍ଚଳ ପାଇଁ କିଛିନା କିଛି କରିବାକୁ ସଦା ସର୍ବଦା ତତ୍ପର ରୁହନ୍ତି, ଫଳରେ ଗାଁରେ ବି ସମସ୍ତେ ପିଲା ଠାରୁ ବୁଢା ଯାଏଁ ଗଜେନ୍ଦ୍ରଙ୍କ ଆସିବା ବାଟକୁ ଚାହିଁ ବସିଥାନ୍ତି ବୋଲି ଗଜେନ୍ଦ୍ର କହିଲା ବେଳେ ନିଜେ ଭାବବିହ୍ବଳ ହୋଇ ଉଠିଥିଲେ। ତେବେ ଗଜେନ୍ଦ୍ରଙ୍କ କହିବାନୁସାରେ ଆଜି ଯୁଗ ବଦଳି ଗଲାଣି - ଆଜି ସମାଜରେ ଜଣେ ଝିଅ ଚିନ୍ତା କରିପାରୁଛି ଯେ ସେ ବିଦେଶ ଯିବ ଏବଂ ସେଠି ଉନ୍ନତମାନର ଶିକ୍ଷା ଗ୍ରହଣ କରିବ ଏବଂ ନିଜ ଦେଶ ନିଜ ରାଜ୍ୟ ତଥା ନିଜ ଗାଁ ର ଟେକ ରଖିବ। ତେବେ ଆଜି ଯଦି ଜଣେ ଝିଅ ଏତେ ଆଗକୁ ଭାବିପାରୁଛି ତେବେ ଆମେ ଅଭିଭାବକ ଭାବେ କାହିଁକି ତାକୁ ସମର୍ଥନ ନକରିବା,କାହିଁକି ତାକୁ ବିଶ୍ବାସ ନକରିବା ଏବଂ ତାକୁ ଖୋଲା ଆକାଶରେ ଉଡିବାର ସୁଯୋଗ କାହିଁକି ନଦେବା ? କାରଣ

ଆଜିର ସମୟରେ ଗ୍ଲୋବ ଟା ଗ୍ଲୋକାଲ୍ (Now Globe become Glocal) ହେଲାଣି। ଝିଅ ମାନଙ୍କ ପ୍ରତି ବାପା ମାଁଙ୍କର ଆସ୍ଥା ବି ବଢିଲାଣି। ଗଜେନ୍ଦ୍ର ଏବଂ ତାଙ୍କ ଝିଅ ଉର୍ଜା  ଉତ୍କଳିକା ଆଜି ଗ୍ରାମାଞ୍ଚଳର ମାଁ ବାପାଙ୍କ ପାଇଁ ଉଦାହରଣ ପାଳଟିଛନ୍ତି କାରଣ ଦୃଢ ଇଚ୍ଛା ଶକ୍ତି ମଣିଷକୁ ନିଶ୍ଚୟ ତାର ସ୍ବପ୍ନ ସାକାର କରିବାର ବାଟ ଦେଖାଇଥାଏ। ତେବେ ଗଜେନ୍ଦ୍ର ଏବଂ ତାଙ୍କ ଝିଅ ଉର୍ଜା ନିଶ୍ଚିତ ଭାବେ ରାମପୁର ସାରସମାଲ ତଥା ସୁବର୍ଣ୍ଣପୁର ଜିଲ୍ଲାର ଗର୍ବ । ଗ୍ରାମାଞ୍ଚଳର ପ୍ରତିଟି ଅଭିଭାବକଙ୍କ ପାଇଁ ଏକ ଉଦାହରଣ ତଥା ପ୍ରେରଣାର ଉତ୍ସ ସଦୃଶ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026

You Might Also Like