-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
29-Mar-2023
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରୋତ ଗ୍ରାମ ପଞ୍ଚାୟତ ସଭା ଗୃହ ରେ ଇ ପଞ୍ଚାୟତ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ସ୍ଥାନୀୟ ସରପଞ୍ଚ ଜୟଲାଲ ସିନ୍ଦୂର ଙ୍କ ଅଧ୍ୟକ୍ଷତା ରେ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ନାୟକ ସରପଞ୍ଚ , ସମିତି ସଭ୍ୟ , ସମସ୍ତ ୱାର୍ଡ ମେମ୍ବର ,ଗ୍ରାମ ରୋଜଗାର ସେବକ ପ୍ରମୁଖ ଉପସ୍ଥିତ ଥିଲେ l ପଞ୍ଚାୟତ ନିର୍ବାହୀ ଅଧିକାରୀ ବରୁଣ ଥାନପତି , ଓ ଗ୍ରାମ ରୋଜଗାର ସେବକ ସଭାକୁ ପରି ଚାଳନା କରିଥିଲେ l ଉକ୍ତ ବୈଠକ ରେ ପୂର୍ବ ବୈଠକ ର ବିବରଣୀ ପଠନ, ଆୟ ବ୍ୟୟ ବଳକା ହିସାବ ,ଏସ ଏଫ୍ ସି , ସି ଏଫ୍ ସି , ପି ଡି ଏସ , ଏଚ୍ ଏସ ୟି ଏବଂ ଭତ୍ତା ବାବଦ ରେ ଆଲୋଚନା ହୋଇଥିଲା l ସଭା ଶେଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବରୁଣ ଥନାପତି ଧନ୍ୟ ବାଦ ଦେଇ ସଭା ସାଙ୍ଗ ଘୋଷଣା କରାଗଲା l