-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
29-Mar-2023
କର୍ଲାମୁଣ୍ଡା;( ପ୍ରଦିପ କୁମାର ସାହୁ)
ଓଡ଼ିଶାର ୩୦ ଜିଲ୍ଲା ରୁ ୩୦ ଜଣ ଙ୍କ କଣ୍ଠଦାନ ରେ ମୁକ୍ତି ଲାଭ କରିବାକୁ ଥିବା ମୋ ଓଡିଶା ଗୀତ ରେ କଣ୍ଠଦାନ କରିବାକୁ ଜଣା ଶୁଣା କଣ୍ଠଶିଳ୍ପୀ ରିୟାନ୍ସ ଦିଲୀପ ସାମିଲ ହୋଇଥିବା ଜଣାପଡିବା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି।ରିୟାନ୍ସ ଦିଲିପ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରେଗଡା ପଞ୍ଚାୟତ ରେଗଡା ଗ୍ରାମର। ସେ ଜୁନିୟର କୁମାର ସାନୁ ଭାବେ ଅଞ୍ଚଳରେ ପରିଚିତ ଅଟନ୍ତି।ତାଙ୍କର ଏହି ସଫଳତା ପାଇଁ କର୍ଲାମୁଣ୍ଡା ବ୍ଳକ ର ସାହିତ୍ୟ ସଂସ୍କୃତି ସଂସଦ, କଳାକାର ସଂଘ,ପ୍ରେସ କ୍ଲବ ପକ୍ଷ ରୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଆସନ୍ତା ୧ ତାରିଖ ଉତ୍କଳ ଦିବସ ଅବସରରେ ଏହା ମୁକ୍ତି ଲାଭ କରିବାକୁ ଥିବା ବେଳେ ଗୀତ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଗୁଡ଼ଲି ରଥ।