-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
29-Mar-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ଓଜେସିଏଲ ତରଫରୁ ସାରା ରାଜ୍ୟରେ ଶିକ୍ଷା ସଚେତନତା ରଥର ପରିକ୍ରମା କରି ଛାତ୍ରୀଛାତ୍ରମାନଙ୍କୁ ଆଈଟି କ୍ଷେତ୍ର ରେ ପାରଦର୍ଶିତା ଦିଗରେ ପ୍ରୋତ୍ସାହିତ କରୁଛି। ଏନେଇ ସୋମବାର ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦନ୍ତାପାଲି ଠାରୁ ସଚେତନତା ରଥ କୁ ଶୁଭାରମ୍ଭ କରାଯାଇଛି । ଓଡିଶା ସରକାରଙ୍କ ଦ୍ବାରା ଅନୁବନ୍ଧିତ ଓ ଅନୁମୋଦିତ ପାଠ୍ୟକ୍ରମ ଓଏସସିଆଇଟି ସମସ୍ତ ସରକାରୀ ଚାକିରୀ ପାଇଁ ଉପଯୋଗି ଓ ଏହା ସରକାରଙ୍କ ଆଇଟି ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ବାରା ପରିଚାଳିତ ଆଦି ବିଷୟ ରେ ସଭିଙ୍କୁ ସଚେତନ କରାଯାଉଛି। ସେଚେତନତା ରଥ କୁ ବ୍ଲକର ଦନ୍ତାପାଲି ଠାରେ ଶୁଭାରମ୍ଭ ହୋଇଥିବା ସଭାରେ ନାଇସେକ୍ଟ କମ୍ପୁଟର ର ପରିଚାଲକ ଅନନ୍ତ ପଣ୍ଡା ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଉଫୁଲା ସରପଞ୍ଚ ଶ୍ରୀୟା କର୍ମି ଓ ପୂର୍ବତନ ବ୍ଲକ ଅଧକ୍ଷ ସ୍ବୟମ୍ଭୁନାଥ ଖଣ୍ଡଗିରୀ ଯୋଗଦେଇ ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ନମିତା ମିଶ୍ର ଏବଂ ଅଜିତ ପଣ୍ଡା ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।