-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
29-Mar-2023
ବଲାଙ୍ଗିର, ମାର୍ଚ୍ଚ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଭାରତ ସ୍କାଉଟ ଗାଇଡ୍ ଭବନରେ ରାଜ୍ୟ ସ୍ତରିୟ ରେନବୋ କ୍ୟାମ୍ପ ଇନ୍ଦ୍ରଧନୁ ଶିବିରରେ ବଲାଙ୍ଗିର ଜିଲ୍ଲାର ୧୭ ସ୍କାଉଟ ଗାଇଡ୍ ଗାଇଡ୍ କ୍ୟାପନେଟ୍ କସ୍ତୁରୀ ରଥ ଏବଂ ସ୍କାଉଟ ମାଷ୍ଟର ବିନୋଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଯୋଗ ଦେଇଛନ୍ତି । ସେଠାରେ ପ୍ରାୟତଃ ଆଠ ଶହ ସ୍କାଉଟ ଗାଇଡ୍ ଯୋଗ ଦେଇଥିଲେ । ସେଠାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ ବଲାଙ୍ଗିରର ସ୍କାଉଟ୍ ଗାଇଡ୍ ସକ୍ରିୟ ଭାବରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ପେପର କ୍ରାଫ୍ଟ ରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପୂଜା ସେଠ ଓ ରତ୍ନି ରଣା ସ୍ୱର୍ଣ୍ଣ, ରଙ୍ଗୋଲିରେ ପୂଜା ସେଠ୍, ରୌପ୍ୟ, ର୍ୟାମ୍ପ ସୋ ରେ ରଶ୍ମିତା ମେହେର ରୌପ୍ୟ, ଯୋଗାସନରେ କୁରଲୁବାହାଲ୍ ଉଚ୍ଚ ବିଦ୍ୟାଳୟର ସ୍କାଉଟ ତଥା ଗାଇଡ୍ମାନେ ଟ୍ରଫି ପାଇଥିବା ବେଳେ ଗାୟତ୍ରୀ ମହାପାତ୍ର, ଶୁଭଶ୍ରୀ ସାହୁ, ଅସ୍ମିତା ମହାନନ୍ଦ, ଅର୍ପିତା ହୋତା ତଥା ଅନ୍ୟ ୮ ଜଣ ସ୍କାଉଟ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ ।