-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
26-Mar-2023
ବଲାଙ୍ଗୀର(ପ୍ରେରଣା ଖବର ): ପୁସ୍ତକର ସୃଷ୍ଟିହୁଏ ସମୟର ଆହ୍ବାନ ରୁ।ପୁସ୍ତକ ମଧ୍ଯ ସୃଷ୍ଟି କରିପାରେ ସାମାଜିକ, ରାଜନୈତିକ ବିପ୍ଳବ। ପୁସ୍ତକର ଲେଖକ ସମୟର ସ୍ରୋତରେ ଅତୀତ ହୋଇଯାଇ ପାରନ୍ତି।ମାତ୍ର ପୁସ୍ତକ ର ବିଚାର ପୁରୁଣା ହୁଏ ନାହିଁ ,ବରଂ ଏହା ସଦାସର୍ବଦା ନିତ୍ୟ ନୂତନ ବୋଲି କହି ପୁସ୍ତକ ପଠନ ଅଭ୍ୟାସକୁ ବଳବତ୍ତର ରଖିବାକୁ ଆହ୍ବାନ ଦେଇଛନ୍ତି ବିଶିଷ୍ଟ ଶିକ୍ଷାବିତ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ।ଆଜି ଥିଲା ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁସ୍ତକମେଳାର ତୃତୀୟ ଦିବସ। ବର୍ଷା ଯୋଗଁ ପୁସ୍ତକ ମେଳାର ତୃତୀୟ ସଂଧ୍ୟା ର ସାହିତ୍ୟସଭା। ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା । ବଲାଙ୍ଗୀର ଉପ ଜିଲ୍ଲାପାଳ ଶ୍ରୀ କୁମାର ନାଗଭୂଷଣଙ୍କ ସଭାପତିତ୍ବରେ ସଭାରେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଓ ବିଶିଷ୍ଟ ଶିକ୍ଷାବିତ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ବରେଣ୍ଯ ଅତିଥି ଭାବରେ ଯୋଗଦେଇ ପୁସ୍ତକ ପଠନ ଅଭ୍ୟାସ ମାନବୀୟ ଭାବବୋଧର ଦ୍ବେତକ ବୋଲି ମତପ୍ରକାଶ କରିଥିଲେ। ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲାର ସ୍ବଳ୍ପ ସଂଚୟ
ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସ୍ବତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ଶତପଥୀସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଲେଖକ ପରିଷଦର ସହ ସଂପାଦକ ରଘୁନନ୍ଦନ ସିଂହ ସଭା ସଂଯୋଜନା କରିଥିଲେ। ଶେଷରେ ଗୋପାଳ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଶ୍ବେତା ମହାନ୍ତିଙ୍କ ସଂଯୋଜନା ରେ ସାଇ ଅଂଚିକା ତନ୍ତୀ ଓଡିଶୀ ନୃତ୍ୟ,ଦିବ୍ୟାଂଶୀ ବାଗ ଲୋକନୃତ୍ଯ, ଆଶ୍ମି ମିଶ୍ର ଓ ଦଳ,ପତିତପାବନ ଏକାଡେମୀର ଛାତ୍ରମାନେ ଓ ପୁରୀର ଗୋଟିପୁଅ ନୃତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।