-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
24-Mar-2023
ବଲାଙ୍ଗିର - ଖେଲୋ ଇଣ୍ଡିଆ ଉଷୁ ଲିଗ୍ ର ସବ୍ ଜୁନିୟର ଫାଇନାଲ ଚଳିତ ମାସ ୨୭ ରୁ ୩୧ ମାର୍ଚ୍ଚ ଜାମ୍ମୁ ଠାରେ ଅନୁଷ୍ଠିତ ହେବ । ଏଥିରେ ଓଡିଶାର ଚାରି ଜଣ ପ୍ରତିଯୋଗୀ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲାର ସିନ୍ଦୁରବାହାଲ ଗ୍ରାମର ସୁହାନୀ ଗୁରହାଣ୍ଡି, କେନ୍ଦୁଝର ର ସ୍ୱେତାରାଣୀ ମହନ୍ତ, ମାଳିନୀ ମୁଣ୍ଡା, ଭୁବନେଶ୍ୱର ର ସ୍ନେତାରାଣୀ କଳସ ନିଜ ନିଜ ବର୍ଗରେ ଅଂଶଗ୍ରହଣ କରିବା ପାଇଁ ଆସନ୍ତା କାଲି ରାଉରକେଲାରୁ ଜାମ୍ମୁକୁ ଯାତ୍ରା ଆରମ୍ଭ କରିବେ ବୋଲି ବଲାଙ୍ଗିର ଜିଲ୍ଲା ଉଷୁ କୋଚ୍ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।