-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
24-Mar-2023
ବଲାଙ୍ଗୀର(ପ୍ରେରଣା ଖବର ): ପୁସ୍ତକ ବ୍ଯକ୍ତିର ଜୀବନକୁ ସୁନ୍ଦର କରିପାରେ।ଜ୍ଞାନର ସହଜତମ ମାଧ୍ୟମ ହେଉଛି ପୁସ୍ତକ। ସବୁ ଯୁଗରେ ଲୋକ ଜୀବନକୁ ପ୍ରଭାବିତ କରେ ବହି। ପୁସ୍ତକ ପଠନର ଅଭ୍ୟାସରେ ହୁଏ ବ୍ଯକ୍ତି ଚେତନାର ଉର୍ଦ୍ଧାୟନ, ଏଣୁ ସୁସ୍ଥ ସମାଜ ପାଇଁ ବହିର ଉପଯୋଗିତା ସବୁବେଳେ ରହିଆସିଛି।ଆଗାମୀ ପିଢୀକୁ ଜୀବନର ବୋଧ ଦେବାକୁ ବହି ହିଁ ଏକ ମାତ୍ର ବିକଳ୍ପ ବୋଲି ବଲାଙ୍ଗୀର ଜିଲ୍ଲାସ୍ତରୀୟ
ପୁସ୍ତକମେଳା ରଉଦଘାଟନ ଅବସରରେ ମତ ପ୍ରକାଶ ପାଇଛି।ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦଘାଟନ ସଭାରେ ବରେଣ୍ଯ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ ଥିଲେ। ସନ୍ଦୀପ କୁମାର କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଗୋପାଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘାଟନ ସମାରୋହ ଅବସରରେ କୋଶଳ କଳାମଣ୍ଡଳର ମୁଖପତ୍ର ଚତୁରଙ୍ଗ ର ଷଷ୍ଠ ସଂଖ୍ୟାକୁ ଲୋକାର୍ପିତ କରିଥିଲେ ମଞ୍ଚାସୀନ ଅତିଥିବୃନ୍ଦ।
ଉଦଘାଟନ ସମାରୋହ ପରେ ଆଶ୍ମି ମିଶ୍ର ଙ୍କ ଓଡିଶୀ, ପାର୍ବତୀ ଗିରି ବାଲ ନିକେତନର ଲୋକନୃତ୍ଯ ରସରକେଲି, ସରସ୍ଵତୀ ଶିଶୁମନ୍ଦିର କଲେଜ ଛକ ଦ୍ବାରା ଓଡିଶୀ,ଦାଣ୍ଡିଆଓ ଲୋକନୃତ୍ଯ ଲିକିରି ଝିକିରି ତଥା ରାଜ୍ୟ ସଂସ୍କୃତି ବିଭାଗ ଦ୍ବାରା ବାମରା ର ଆଦିବାସୀ ଲୋକନୃତ୍ଯ ପରିବେଷଣ କରାଯାଇଥିଲା। ବରେଣ୍ଯ ଅତିଥିମାନଙ୍କ ଦ୍ବାରା ଫିତା କାଟି ପୁସ୍ତକ ମେଳାର ଉଦଘାଟନ କରିବାପରେ ଅତିଥିମାନେ ମେଳା ବୁଲି ଦେଖିଥିଲେ। ଏହି ଅବସରରେ ପୁଇଁତଳା ବ୍ଳକର କଷାବାହାଲ ଗ୍ରାମର ଦିବ୍ଯାଙ୍ଗ ଛାତ୍ର ଉଦିତ ନାରାୟଣ ମାଝୀ ଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ କରିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଅନ୍ଯାନ୍ଯ ଅତିଥିବୃନ୍ଦ। ଏହି ସ୍କୁଟି ଟି ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ ଦ୍ବାରା ମାଗଣାରେ ପ୍ରଦାନ କରାଯାଇଛି।ଛାତ୍ର ଶ୍ରୀ
ମାଝୀ ବର୍ତ୍ତମାନ ସରକାରୀ ପଲିଟେକନିକ ବଲାଙ୍ଗୀର ରେ ଡିପ୍ଲୋମା ପଢୁଛନ୍ତି।
କରୋନା ପାଇଁ ଜୀବନ ଥିଲା ଅସ୍ତବ୍ୟସ୍ତ। ଏବେ କ୍ରମଶଃ ସବୁକିଛି ସାଧାରଣ ହେଉଥିବା ବେଳେ ଆରମ୍ଭ ହୋଇଛି ବଲାଙ୍ଗୀର ଜିଲ୍ଲା ସ୍ତରୀୟ ପୁସ୍ତକ ମେଳା। ଚଳିତ ବର୍ଷ ୬୮ଟି ଷ୍ଟଲ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରକାଶନ ସଂସ୍ଥା ଯୋଗ ଦେଇଛନ୍ତି।