-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
24-Mar-2023
କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା ): କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବୁଢିଦର ରାଜସ୍ବ ସର୍କଲ ଅଧିନସ୍ଥ ବାଙ୍କପଳାଶ ମୌଜାରେ ଥିବା ବୃହତ କୁକୁଡ଼ା ଫାର୍ମ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ବିଷମୟ ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । କୁକୁଡ଼ା ଫାର୍ମ ମାଲିକଙ୍କର ଉପର ମହଲରେ ବିଶେଷ କରି ଶାସକ ଦଳ ରେ ପ୍ରଚ୍ଛନ୍ନ ହାତ ଥିବା ହେତୁ ସାଧାରଣ ଲୋକେ ଭୟରେ ହେଉ କିମ୍ବା ବିଭିନ୍ନ ଚାପରେ ପଡି ଖୋଲା ଖୋଲି ଭାବରେ ପାଟି ଫିଟାଉ ନ ଥିବା ଅଭିଯୋଗ ହେଉଛି । ବାଙ୍କପଲାସ ମୌଜାର ବ୍ୟକ୍ତିଗତ ମାଲିକାନା ଥିବା ଜମି ଉପରେ ଲଙ୍କେଶ୍ବରୀ କୁକୁଡ଼ା ଫାର୍ମ ନାମରେ
ଏକ ଅଣ୍ଡା ଦିଆ ଲେୟର କୁକୁଡ଼ା ଫାର୍ମ ଗତ ୨୦୧୭-୧୮ ମସିହାରେ ସ୍ଥାପନ କରାଯାଇଥିବା ବେଳେ ସେହି ଫାର୍ମ ସାମନାରେ ଥିବା ସର୍ବ ସାଧାରଣ ଜମିକୁ ଜବର ଦଖଲ କରାଯାଇଥିବା ଜଣାପଡିଛି । ଏଥିସହିତ ସେହି ଅଞ୍ଚଳର ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ସରକାରୀ ରକ୍ଷିତ ଜମି ମାନଙ୍କରେ କୁକୁଡ଼ା ମଳକୁ ଫିଙ୍ଗି ଦେଉଥିବା ଯୋଗୁ ସ୍ଥାନୀୟ ଅଞ୍ଚଳ ପୂତିଗନ୍ଧ ମୟ ପରିବେଶ ସୃଷ୍ଟି ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାର ଅଭିଯୋଗ ହେଉଛି । ସେହି ରାସ୍ତାରେ ଯିବା ଆସିବା ସମୟରେ ଦୁର୍ଗନ୍ଧମୟ ହେଉଥିବା
ବେଳେ ଅନେକ ସମୟରେ ଆଖ ପାଖ ଜନ ବସତି ମାନଙ୍କରେ ନାକ ଫଟା ଗନ୍ଧ ହେଉଥିବାର ଅଭିଯୋଗ ହେଉଛି । ଶାସକ ଦଳ ସହ ସୁସମ୍ପର୍କ ଥିବା ଏହି ମାଲିକ ସରକାରୀ ଜମି ଜବର ଦାଖଲ କରୁ କି ଗରିବ ନିରୀହ ତଥା ଆଦିବାସୀ ଲୋକଙ୍କ ସାଧାରଣ ଜୀବନ ଯାପନରେ ଦୁର୍ଗନ୍ଧ ଭରି ଦେଉ ସେଥିପ୍ରତି ନା ପ୍ରଶାସନ ନା ସ୍ବାସ୍ଥ୍ୟ ବିଭାଗ ନା ପରିବେଶ ବିଭାଗ କାହାରି ଦୃଷ୍ଟି ପଡୁ ନ ଥିବା ହେତୁ ସ୍ଥାନୀୟ ଜଣା ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ଅ ଉଚ୍ଚ କର୍ତ୍ତୃପକ୍ଷ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।