-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
24-Mar-2023
ବଲାଙ୍ଗିର (ପ୍ରେରଣା ଖବର ): ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ଯରେ, ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଲେଖକ ପରିଷଦ,ବଲାଙ୍ଗୀରର ମିଳିତ ଆୟୋଜନ ରେ ଆଜି ଠାରୁ ବଲାଙ୍ଗିର ରେ ଆରମ୍ଭ ହେଉଛି ଜିଲ୍ଲାସ୍ତରୀୟ ପୁସ୍ତକ ମେଳା l ଆଜି ଠାରୁ ଆସନ୍ତା ମାର୍ଚ ୩୦ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ୭ ଦିନ ବ୍ୟାପୀ ଏହି ପୁସ୍ତକ ମେଳା ପ୍ରତିଦିନ ଅପରାହ୍ନ ୨ ଘଣ୍ଟା ରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ l ରାଜ୍ୟର କିଛି ସୁନାମଧନ୍ଯ ପ୍ରକାଶକ ଓ ପୁସ୍ତକ ବିକ୍ରେତାଙ୍କ ବହି ଷ୍ଟଲ୍ ଲାଗିବ ଏଠାରେ l ବିଭିନ୍ନ ଦିନରେ ବୌଦ୍ଧିକ ଆଲୋଚନାଚକ୍ର,ବଲାଙ୍ଗିର କୁଇଜ୍ ,କବିତା ପାଠୋତ୍ସବ ସହିତ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହେବ l
ଏହି ଜିଲ୍ଲାସ୍ତରୀୟ ପୁସ୍ତକ ମେଳାରେ ସମସ୍ତେ ଯୋଗଦାନ କରି ଉତ୍ସବକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି l