-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
23-Mar-2023
ବୀରମହାରାଜପୁର ,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ଆଜି ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି l ସ୍ଥାନୀୟ ଉପଜିଲ୍ଲାପାଳ ଅଫିସ ରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ରେ ବାହାରି ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ପହଁଞ୍ଚିବା ପରେ ସେଠାରେ ଭୂମି ପୂଜନ ଓ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା l ମହୋତ୍ସବ କମିଟି ସଭାପତି ବୀରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ କୁମାର ଭୋଇ କର୍ତ୍ତା ଭାବରେ ପୂଜାରେ ବସି ପୂଜାକାର୍ଯ୍ୟ ସମାପନ କରିଥିଲେ l ଆସନ୍ତା ଏପ୍ରିଲ ୫, ୬, ୭ ତାରିଖ ରେ ହେବାକୁ ଥିବା ଲୋକ ମହୋତ୍ସବ କାର୍ଯ୍ୟକ୍ରମ ରେ ଆଜି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ବରିଷ୍ଠ ସଦସ୍ୟ ଶୟମ୍ଭୁ ନାଥ ଖଣ୍ଡଗିରି, ଗୋପୀନାଥ ମହାକୁର,ରାମକୃଷ୍ଣ ହୋତା,ରଞ୍ଜିତ କୁମାର ରଥ, କିଶୋର ହୋତା, ନାରାୟଣ ଲୁହା,ପ୍ରଫୁଲ୍ଲ କୁମାର ରଥ, ଯୁଗଳ କିଶୋର ମିଶ୍ର, ଭୂଷଣ କୁମାର ପାତ୍ର,ଲଷ୍ମୀ ନାରାୟଣ ସାହୁ, ବୀରମହାରାଜପୁର ବି. ଡ଼ି. ଓ ମୋତିଲାଲ ସୁଲିଆ, ରାଜସ୍ବ ଅଧିକାରୀ ଅଜିତ କୁମାର ମିର୍ଦ୍ଧା,ତହସିଲଦାର ବିବୁଦ ଗଡ଼ନାୟକ,ଅତିରିକ୍ତ ତହସିଲଦାର ସ୍ୱାଗତ କୁମାର ପଣ୍ଡା,ନଳିନୀ ପଣ୍ଡା, ଥାନା ଅଧିକାରୀ ପଦ୍ମାସିନୀ ମେହେର ସଞ୍ଜିବ କୁମାର ଦେହୁରୀ, ପର୍ଶୁରାମ ଦେହୁରୀ, ଦୟାନିଧି ହୋତା, ମହେନ୍ଦ୍ର ଜଗଦଲା, ଲଷ୍ମୀ ନାରାୟଣ ପୁରୋହିତ,ଅଯତ୍ନ କଳତା, ସୁଧାଂଶୁ ପଣ୍ଡା,ଅକ୍ଷୟ ବାରିକ, ଅଭିମନ୍ୟୁ ବଗର୍ତ୍ତୀ, ବାସୁଦେବ ପଣ୍ଡା,ସରୋଜ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l ଏଥିରେ ରବି ଚନ୍ଦ୍ର ପୁରୋହିତ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ବିଦ୍ୟାଧର ଥାନାପତି ଶଙ୍ଖ ବାଦନ କରିଥିଲେ l