-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
23-Mar-2023
କର୍ଲାମୁଣ୍ଡା:(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ବସ୍ତି ନିକଟସ୍ଥ ଏକ ପଡିଆ ରେ ନାରାୟଣ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଥମ ବାର୍ଷିକ ରାତ୍ରି କାଳୀନ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ରାତିରେ ଏଥିରେ ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ଜିଲ୍ଲା ର ଆଠ ଟି ଦଳ ଭାଗ ନେଇଥିଲେ। ଉଦଘାଟନି ଟୁର୍ନାମେଣ୍ଟ ର ମଶାଲ ଯାତ୍ରା ଜଗନ୍ନାଥ ମନ୍ଦିର ଠାରୁ ସ୍ଥାନୀୟ ସରପଞ୍ଚ ସ୍ଵର୍ଣଲତା ସାହୁ ଓ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ଙ୍କ ଦ୍ୱାରା ଅଣାଯାଇଥିଲା, ଟୁର୍ନାମେଣ୍ଟ ର ପ୍ରଥମ ମ୍ୟାଚ କୁସୁର୍ଲା ବନାମ ବିନ୍ଧାଣୀ ସହିତ ଆରମ୍ଭ ହୋଇଥିଲା ଏଥି ମ୍ୟାଚ କୁ ପଶ୍ଚିମ ଓଡ଼ିଆ ବିକାଶ ପରିଷଦ ସଦସ୍ୟ ଅଭିନାଶ ଠାକୁର, ରିଷିଡା ସମିତି ସଭ୍ୟ ନିମାଇଁ ଚରଣ ବେହେରା , କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସମ୍ପାଦକ ନନ୍ଦି କିଶୋର ଭୋଇ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଟୁର୍ନାମେଣ୍ଟ ଆୟୋଜନ ସଭାପତି ବିଭୁତି ଭୋଇ, ସମ୍ପାଦକ ସୁଶାନ୍ତ ପଟେଲ,ରେଫରୀ ହୀରାମଣି ଭୋଇ, ଭାରତ ଷଡ଼ଙ୍ଗୀ, ମଧୁ ଦାସ, ବିଜୟ ପଟେଲ,ସ୍କୋର ଦାଇତ୍ୱ ଲିପୁ ସାହୁ,ଧାରବିବରଣୀ ଆକାଶ ସାହୁ, ହେମନ୍ତ ପଟେଲ ଙ୍କ ସମେତ ମା ସନ୍ତୋଷୀ ଟେଣ୍ଟ ହାଉସ କର୍ଲାମୁଣ୍ଡା ଲାଇଟ, ସାଉଣ୍ଡ ବ୍ୟବସ୍ଥା ରେ ସହଯୋଗ କରିଥିଲେ। ତେବେ ୧୬ ଟି ଦଳ କୁ ଆୟୋଜିତ ଏହି ମ୍ୟାଚ ରେ କୁସୁରଲା ଦଳ ଫାଇନାଲରେ ପହଞ୍ଚିଥିବା ବେଳେ ଗୁରୁବାର ରାତିରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ସୂଚନା ମିଳିଛି।