-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
21-Mar-2023
ମୁରିବାହାଲ(ସୁଦାମ ଚରଣ ବଘାର): ମୁରିବାହାଲ ଥାନା ଗଂରେଇ ଗ୍ରାମର ଜଣେ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ଗଂରେଇ ଗ୍ରାମର ପରମେଶ୍ବର ବାଗଙ୍କ ଏକମାତ୍ର ଝିଅ ଗୀତାଞ୍ଜଳି ବାଗ(୧୮)ରବିବାର ସନ୍ଧ୍ୟା ୭ଟାରେ ତାଙ୍କ ଘରେ ବାପାମା ନ ଥିଲା ବେଳେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।ମୁରିବାହାଲକୁ ଯାଇଥିବା ଵାପାମା ଘରକୁ ଫେରିବା ବେଳକୁ ବେକରେ ଏକ ରଶି ଲାଗିଥିବା ଅବସ୍ଥାରେ ଗୀତାଞ୍ଜଳି ତଳେ ପଡିଥିବା ସେମାନେ ଦେଖିବାକୁ
ପାଇଥିଲେ।ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।ସୋମବାର ମୃତ ଗୀତାଞ୍ଜଳିଙ୍କ ମା ଧନମତୀ ବାଗଙ୍କ ଏତଲା ଆଧାରରେ ପୁଲିସ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନାହିଁ। ଏ ସମ୍ପର୍କରେ ଥାନାରେ ଅପମୃତ୍ୟ କେଶ ନ ୦୩/୨୩ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି।