-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-Dec-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜୀବ ଗାନ୍ଧୀ ସେବା ଭବନ ଠାରେ ଶୁକ୍ରବାର ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ କୁନି ସାହୁ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜାନୁୟାରୀ ମାସରେ ହେବାକୁ ଥିବା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ଯୋଜନା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଡିଓ ସୁଚରିତା ମୁଗ୍ରୀ,ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ସିଡିପିଓ ଗିରିଜା ଗୁଡ଼ଲା, ବିଏସ ଏସ ଓ ସସ୍ମିତା ପଟେଲ,କ୍ଳର୍କ ପ୍ରଦୀପ କୁମାର ମାଝୀ, ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଭାଗୀରଥି ଷଡଙ୍ଗୀ, ସାମ୍ବାଦିକ ପ୍ରଦୀପ କୁମାର ସାହୁ ଓ ନରୋତ୍ତମ ସେଲମା, କାଂହ୍ନୁ ଚରଣ ସାହୁ, କୁଞ୍ଜ ସାହୁ, ଉତ୍ସବ ପାଳନ ର ବିଭିନ୍ନ ବିଭାଗର ଦାୟିତ୍ୱ ରେ ରହିଥିବା ବ୍ୟକ୍ତି ବିଶେଷ ଙ୍କ ମଧ୍ୟରୁ ପ୍ରଦୀପ କୁମାର ସାହୁ,ତରୁଣ ଭୋଇ,ଦିନବନ୍ଧୁ ସାହୁ,ରଶ୍ମିକାନ୍ତ ସାହୁ,ଅର୍ଜୁନ ସାହୁ,ବିଦେଶୀ ଘିଭେଲା,ସମିତି ସଭ୍ୟ ଆନନ୍ଦ ନାଗ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରିଥିଲେ।