-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
19-Dec-2022
ବଲାଙ୍ଗୀର(ପ୍ରେରଣା ଖବର): ଗତକାଲି ବଲାଙ୍ଗୀର ଜିଲ୍ଲ ଆଗଲପୁର ବ୍ଲକ ଆନ୍ତର୍ଗତ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲରେ କ୍ରୀଡା ପ୍ରତିଯୋଗିତା ଚାଲିଥିବା ବେଳେ ଜଣେ ଛାତ୍ରଙ୍କ ବେକର ଉପର ଭାଗରେ ଜେଭଲିନ ପଶି ଗୁରୁତର ଆହାତ ହୋଇଥିଲେ । ନବମ ଶ୍ରେୀର ଏହି ଛାତ୍ରଙ୍କ ନାମ ସଦାନନ୍ଦ ମେହେର । ସଦାନନ୍ଦ ବର୍ତ୍ତମାନ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଡଭର୍ତ୍ତି ହୋଇଛନ୍ତି । ସୌଭାଗ୍ୟବସତଃ ସଦାନନ୍ଦ ମରଣ ମୁହଁରୁ ବଂଚି ଯାଇଛନ୍ତି । ଆଜି ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ଭୀମ ଭୋଇ ହସ୍ପିଟାଲକୁ ଯାଇ ସଦାନନ୍ଦ ଓ ତାଙ୍କ ବାପାମାଁ ଙ୍କୁ ସାକ୍ଷାତ କରିଛନ୍ତି । ଡାକ୍ତରୀ ଟିମ୍ ଙ୍କ ତୁରନ୍ତ ଚିକିତ୍ସା ଓ ଜିଲ୍ଲା ପ୍ରଶାନର ତତ୍ପରତା ଯୋଗୁଁ ସଦାନନ୍ଦ ବର୍ତ୍ତମାନ ବିପଦମୁକ୍ତ ଥିବାରୁ ସମସ୍ତେ ଖୁସି ବ୍ୟକ୍ତି କରିଛନ୍ତି । ସଦାନନ୍ଦର ଆଶୁ ଅଅରୋଗ୍ୟୂ କାମନା କରି ଆଜି ଆଗଲପୁର ବିଜୁ ଜନତା ଦଳ ଓ ଆଗଲପୁର ନାଗରିକ କମିଟି ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ସମୂହ ଦୀପଦାନ କାର୍ଯ୍ୟକ୍ରମ କରାଯାଇଥିଲା ।