-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||     

HOME   ଜିଲ୍ଲା

ଚୋର ଧରିବାରେ ପୋଲିସ ବିଫଳତାକୁ ନେଇ ଆନ୍ଦୋଳନ ଧମକ(ଆଇଆଇସିଙ୍କୁ ଦାବିପତ୍ର ପ୍ରଦାନ)

28-Oct-2022



ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ ବାବା କପିଳେଶ୍ୱର ମନ୍ଦିରରୁ ୨ଥର ଚୋରୀ ହୋଇଥିଲେ ହେଁ ଚୋରୀ ସାମଗ୍ରୀ ଉଦ୍ଧାର ତ ଦୂରର କଥା ଚୋର ମାନଙ୍କୁ ମଧ୍ୟ ପୋଲିସ ଧରିବାରେ ବିଫଳ ହୋଇଛି ବୋଲି ଅଞ୍ଚଳବାସୀଙ୍କ ତରଫରୁ ଅଭିଯୋଗ ହୋଇଛି ।ଯାହା ଫଳରେ କି ସୁରକ୍ଷା କର୍ତ୍ତା ଭାବେ ପରିଚିତ ପୋଲିସର କାର୍ଯ୍ୟକଳାପକୁ ନେଇ ମନ୍ଦିରର ସେବାୟତ,ଟ୍ରଷ୍ଟବୋର୍ଡ କମିଟି କର୍ମକର୍ତ୍ତାଙ୍କ ସହ ଅଞ୍ଚଳବାସୀ ନିନ୍ଦା କରିବା ସହ ପୋଲିସ ଉପରୁ ଭରସା ବିଶ୍ୱାସ ତୁଟି ଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି ।ସୂଚନା ଯୋଗ୍ୟ ଯେ କିଛିଦିନ ତଳେ ଅର୍ଥାତ ୨୨ତାରିଖ ବିଳମ୍ବିତ ରାତିରେ କେତେକ ମୁଖାପିନ୍ଧା ଦୁର୍ବୃତ୍ତ ମନ୍ଦିର ପଛପଟୁ ପ୍ରବେଶ କରି ସିଂହଦ୍ଵାର,ବାବା କପିଳେଶ୍ୱର ପୀଠ ଓ ଇଷ୍ଟଦେବୀ ମା ଚରଦେଇ ମନ୍ଦିର ସମ୍ଭୁଖରେ ଥିବା ଦାନବାକ୍ସକୁ ଚତୁରତାର ସହିତ ତାଡି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା ନେଇ ଯାଇଥିଲେ ।ସକାଳେ ଅନୁସନ୍ଧାନକାରୀ କୁକୁର ସହ ପୋଲିସ ଷ୍ଟାଫ ପହଞ୍ଚି ତଦନ୍ତ କରିଥିଲେ ହେଁ କୌଣସି ସୁରାକ ପାଇ ନଥିଲେ ।ତା ଆରଦିନ ୨୪ତାରିଖ ସକାଳେ ମନ୍ଦିର ଠାରୁ କିଛି ଦୂରରେ ଥିବା ଶନି ପାହାଡ଼ରୁ ଗୋଟିଏ ଦାନବାକ୍ସ ପୋଲିସ ଉଦ୍ଧାର କରିଥିଲା ଏବଂ ଦୁଇ ଜଣଙ୍କୁ ସନ୍ଦେହରେ ଆଣି ଥାନାରେ ଅଟକ ରଖି ପଚରାଉଚୁରା କରିବା ପରେ ଗତକାଲି ଉଭୟଙ୍କୁ ଛାଡ଼ି ଦେଇଛି । ପୋଲିସର ତଦନ୍ତ ବାଟବଣା ସଦୃଶ ଆଶଙ୍କା କରି ଆଜି କପିଳେଶ୍ୱର ଆଞ୍ଚଳିକ ଟ୍ରଷ୍ଟବୋର୍ଡ କମିଟିର କର୍ମକର୍ତ୍ତା, ମନ୍ଦିର ସେବାୟତ,ଅଞ୍ଚଳର ଶତାଧିକ ଜନସାଧାରଣ ବିନିକା ଥାନାକୁ ଆସି ଚୋରୀ ଘଟଣାର ବିଧିବଦ୍ଧ ତଦନ୍ତ ପୂର୍ବକ ଚୋରୀ ସାମଗ୍ରୀ ଉଦ୍ଧାର ଓ ଏଥିରେ ସଂଶ୍ଲିଷ୍ଟ ଚୋର ମାନଙ୍କୁ ତୁରନ୍ତ ଗିରଫ କରି ଘଟଣାର ପର୍ଦ୍ଦାଫାଶ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି ।ଏହାର ଅବିକଳ ନକଲ କପି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭୁବନେଶ୍ୱରଙ୍କ ନିକଟକୁ ମଧ୍ୟ ପଠାଯାଇଛି ।ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ଚଳିତ ମାସ ୨୨ତାରିଖରେ ଚୋରୀ ଏବଂ ବିଗତ ୨୦୧୧ମସିହାରେ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା,ରୂପା ଅଳଙ୍କାର,ଦାନବାକ୍ସ ସହ ଗୁରୁତ୍ତ୍ୱପୂର୍ଣ କାଗଜ ପତ୍ର ବର୍ତମାନ ପର୍ଯ୍ୟନ୍ତ ପୋଲିସ ଉଦ୍ଧାର କରିବାରେ ବିଫଳ ହୋଇଛି । ଅଞ୍ଚଳର ଭାବାବେଗ ସହ ଜଡ଼ିତ ଏହି ଐତିହାସିକ ମନ୍ଦିରରୁ ବାରମ୍ବାର ଚୋରୀ ଓ ଚୋର ମାନେ ଧରା ନାପଡିବା କି ଚୋରୀ ସାମଗ୍ରୀ ଉଦ୍ଧାର ନହେବା ଘଟଣା ଶ୍ରଦ୍ଧାଳୁ ଭକ୍ତ,ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦାବିପତ୍ର ଗ୍ରହଣ ପରେ ଥାନା ଭାରପ୍ରାପ୍ତ ଅଧିକାରୀ ପବିତ୍ର ସାହୁ ୪/୫ଦିନର ମହଲତ ଦେଇଛନ୍ତି । ଯଦି ଏହି ଶୀର୍ଷକାତର ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ପୋଲିସର କାର୍ଯ୍ୟକଳାପକୁ ନେଇ ଅଞ୍ଚଳବାସୀ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦିଆଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   03-Oct-2026
  ଜିଲ୍ଲା  
ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   03-Oct-2026
  ଜିଲ୍ଲା  
ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   03-Oct-2026
  ଜିଲ୍ଲା  
ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   03-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   03-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ   03-Oct-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   02-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   02-Oct-2026
  ଜିଲ୍ଲା  
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   02-Oct-2026

You Might Also Like