-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
ରେଢ଼ାଖୋଲ,(ଅନିଲ କୁମାର ପୃଷ୍ଟି)- ଗତକାଲି ରାତିରେ ବରଗଡ଼ରୁ ଭୁବନେଶ୍ୱର ଯାଉଥିବା କୁମଦିନି ନାଇଟ କୋଚ୍ ବସରେ ନୀଳକଣ୍ଠ ଦାସ ନାମକ ଜଣେ ଯାତ୍ରୀ ପରିବାର ସହ ବରଗଡ଼ରୁ ନିଜ ଗାଁ କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମକୁ ଯାଉଥିଲେ । ସେ ବସରେ ଯାଉଥିବା ସମୟରେ ଅସୁସ୍ଥ ହେବାରୁ ବସ କଣ୍ଡକ୍ଟର ତାଙ୍କୁ ରେଢ଼ାଖୋଲ ମାହେଶ୍ୱରୀ ନର୍ସିଂହୋମ ସାମ୍ନା ରେ ରାତି ପ୍ରାୟ ୨ ଟା ସମୟରେ ଓହ୍ଲାଇ ଦେଇଥିଲେ । ସେଠାରେ ନର୍ସିଂହୋମ ବନ୍ଦ ଥିବାରୁ ରାତ୍ରି ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ମାନେ ତୁରନ୍ତ ତାଙ୍କୁ ଏକ ଅଟୋରେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ନିଳକଣ୍ଠ ଦାସଙ୍କ ସ୍ତ୍ରୀ ଓ ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି ।ସେ ବରଗଡ ଜିଲ୍ଲା ପଧାନପାଲି ଅଞ୍ଚଳରେ ରହି ମୂଳ ମଜୁରିଆ କାମ କରି ପରିବାର ପୋଷଣ କରୁଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି ।ଆଜି ସକାଳୁ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।