-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
30-Aug-2022
ସୋନପୁର-ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ମେଧାବୀ ଛାତ୍ର କ୍ରିସଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ସୋନପୁର ଶିଶୁ ମନ୍ଦିରରେ ଅଧ୍ୟୟନ କରୁଥିବା ଛାତ୍ର କ୍ରିସ ନାଏକ ମ୍ୟାଟ୍ରିକ ପରୀକ୍ଷା-୨୦୨୨ରେ କୃତିତ୍ୱ ହାସଲ କରିଛନ୍ତି । ମ୍ୟାଟ୍ରିକ ପରୀକ୍ଷାର ଅଭ୍ୟବହିତ ପୂର୍ବର ତାଙ୍କ ବାପା ଆର ପାରିକୁ ଚାଲିଯାଇଥିଲେ । ତଥାପି ଦୁଃଖରେ ଭାଙ୍ଗି ନ ପଡି ଧୈର୍ଯ୍ୟର ସହିତ ନିଜସ୍ୱ ପାଠ ସଂପାଦନ କରିଥିବାରୁ କ୍ରିସ ମ୍ୟାଟ୍ରିକ ପରୀକ୍ଷାରେ ୮୨% ମାର୍କ ସହିତ ପାଶ କରିଛନ୍ତି । ସୋନପୁର ଶିଶୁ ବିଦ୍ୟା ମନ୍ଦିରର ସୁବ୍ରତ ବିଶି ଗୁରୁଜୀ କ୍ରିସଙ୍କ ମାଆଙ୍କ ତରଫରୁ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଙ୍କୁ ସାକ୍ଷାତ କରି ପୁଅର ପ୍ଲସ ଟୁ ପଢିବା ନିମନ୍ତେ କିଛି ଆର୍ôଥକ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ । ଏହି କଥାକୁ ଦୃଷ୍ଟିରେ ରଖି, ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ଶ୍ରୀପଶାୟତ, ବରିଷ୍ଠ ସାଧନକର୍ମି ଚନ୍ଦ୍ରମଣି ବାଘ, ହୃଷିକେଶ ଡାଙ୍ଗ, ଗୋପେଶ ପଣ୍ଡା ପ୍ରମୁଖ ଅସହାୟ ପରିବାରକୁ ଭେଟି ସୋନପୁର ରାଜ ମହାବିଦ୍ୟାଳୟରେ କ୍ରିସର ନାମ ଲେଖା ତଥା ବହିପତ୍ର କ୍ରୟ ନିମନ୍ତେ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ଜିଲ୍ଲା
ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଜୁନିଅର ରେଡକ୍ରସର ଏଭଳି ମହନୀୟ କାର୍ଯ୍ୟକ୍ରମ ପ୍ରୟୋଗଧର୍ମି ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡା. ରାଧାକାନ୍ତ ଗଡତିଆ, ଏଡିଇଓ ମଞ୍ଜଲତା ଭୋଇ, ସଂପାଦକ ହିମାଂଶୁ ଶେଖର କର, ଭାଇସ୍ ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର, ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଲକ୍ଷ୍ଣଣ ସ୍ୱାଇଁ ପ୍ରମୁଖ ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ର ମାନବୀୟ ତଥା ଲୋକାଭିମୁଖି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାକୁ ଆହ୍ୱାନ ଦେଇଛନ୍ତି । ଉକ୍ତ ପ୍ରୋତ୍ସାହନ ମୂଳକ ପାଣ୍ଠି ସଂଗ୍ରହ ତଥା ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲା ଜୁନିଅର ରେଡକ୍ରସର ସାଧନକର୍ମି ତଥା ପରାମର୍ଶଦାତା ଆଶିଷ ନାଏକ, ଗୌରୀ ଶଙ୍କର ସାହୁ, ସସ୍ମିତା ସାହୁ, ନିମାଇ ମଲ୍ଲିକ, କୁମୁଦ କୁମାର ମଟାରୀ, ଧ୍ରୁବ ବାରିକ, ତପସ୍ୱିନୀ ଦାଶ, ଦେବକୀ ବାଘ, ରମେଶ ପଧାନ, ଆକୁନ୍ଦ ସାହୁ ଏବଂ ବରଗଡ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ମହେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇଥିଲେ ।