-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)- ଜିଲ୍ଲାରେ ବିପଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ବିତୁଦ୍ଧରେ ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଛାତ୍ର କଂଗ୍ରେସ ସଭପତି ଅଙ୍କିତ ସାହୁଙ୍କ ନେତୃତ୍ୱ ତଥା ଏନଏସୟୁଆଇ ର ରାଷ୍ଟ୍ରିୟ ସଂପାଦକ ରୋଶନ ଲାଲ ବିଟ୍ଟୁ ,ରାଷ୍ଟ୍ରିୟ ଆବାହକ ରାହୁଲ ରାଏ ଓ ଓଡିଶା ପ୍ରଭାରି ଆଦିତ୍ୟ ଚୌଧୁରିଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭ ସଭାରେ ଜିଲ୍ଲାରେ ବିପର୍ଯ୍ୟସ୍ଥ ଆଇନ ବ୍ୟବସ୍ଥା ପାଇଁ ଖୋଦ ଜିଲ୍ଲା ପୋଲିସ ପ୍ରଶାସନ ଦାୟୀ ବୋଲି ଅଭିଯୋଗ କରାଯିବା ସହିତ ଯଥା ଶିଘ୍ର ଏହାକୁ ସୁଧାରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।
ଆଜିର ଏହି ସଭାରେ କିଛି ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କିଛି ସମୟ ହେବ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୁର୍ଣ୍ଣ ଭାବେ ବିଗିଡି ଯାଇଛି । ପୋଲିସ ପ୍ରଶାସନ ଏଥି ପ୍ରତି ଆଖୀ ବନ୍ଦ କରିଦେଇଥିବା ବେଳେ କେତେକ ଘଟଣାରେ ଖୋଦ ପୋଲିସ ଅଭୀଯୁକ୍ତ ମାନଙ୍କ ପାଇଁ ସହାୟକ ପାଲଟୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଘଟଣାରେ ପୋଲିସ ନିଜେ ଅଭିଯୋଗକାରୀଙ୍କୁ ଭୟଭୀତ କରିବା ସହ ସଲାସୁତୁରା କରିବା ପାଇଁ ବାଧ୍ୟ କରୁଛି । ନିକଟ ଅତିତରେ ଆୟୁଷ ଡାକ୍ତରଙ୍କ ଜଣେ କରୋନା ପିଡିତାଙ୍କ ପ୍ରତି ହୋଇଥିବା ବ୍ୟଭିଚାରରେ ଖୋଦ୍ ପୋଲିସର ଭୁମିକା ସନ୍ଦେହଜନକ । ସହର ମଧ୍ୟରେ ପ୍ରତ୍ୟେକ ଦିନ ଚୋରୀ, ଡକାୟତୀ, ମରଣାନ୍ତ୍ରକ ଆକ୍ରମଣ ଘଟିଚାଲିଛି ।ସେହିପରି ସାରା ସହରରେ ବେଧଡକ ନିଶା କାରବାର ଚାଲୁଥିବା ବେଳେ ଥାନା ପଛ ପଟ ଅଂଚଳ ମଧ୍ୟ ଏଥିରୁ ବାଦ ପଡି ନାହିଁ । କିନ୍ତୁ ଏସବୁକୁ ନିୟନ୍ତ୍ରଣ କରିବାରେ ପୋଲିସର ଭୁମିକା ଅତି ନିରୁତ୍ସାହଜନକ ମନେ ହୁଏ ।
ତେଣୁ ଜିଲ୍ଲା ଛାତ୍ର କଂଗ୍ରେସ ଜିଲ୍ଲାରେଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ପୋଲିସ ବିଭାଗ ତଥା ଅଧିକାରୀଙ୍କୁ ଆହୁରି ସୁଦୃଢ କରାଯିବା ସହିତ ି ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଥିବା ପୋଲିସ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଡ୍ରଗ ନିରୀକ୍ଷକ ଏବଂ ପୋଲିସ ବିଭାଗର ଏକ ମିଳିତ ଟିମ୍ ତିଆରି କର ବେଆଇନ ମଦ ତଥା ନିଶା କାରବାରକୁ ଦମନ କରାଯାଉ । ସନ୍ଧ୍ୟାକାଳିନ ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ସହିତ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଦାବୀ କରିଛି ।
ତେବେ ଉପରୋକ୍ତ ଦାବି ଗୁଡିକ ଉପରେ ଯଥାଶିଘ୍ର ପଦକ୍ଷେପ ନିଆନଯାଏ ତେବେ ଛାତ୍ର କଂଗ୍ରେସ ଏ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ । ଏଥିରେ ଯଦି କୌଣସି ପ୍ରକାର ଧନ ଜିବନ ହାନି ହୁଏ ତେବେ ସରକାର ଏଥି ପାଇଁ ଦାୟୀ ରହିବେ ବୋଲି ଛାତ୍ର କଂଗ୍ରେସ ଚେତାଇ ଦେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପସଭାପତି ଉମାଶଙ୍କର ସାହୁ, ନଗର ସଭାପତି ବୁଲୁ ଦାନୀ, ପ୍ରବକ୍ତା ସାନନ୍ଦ ମିଶ୍ରଙ୍କ ସମେତ ଛାତ୍ର କଂଗ୍ରେସ ର ନିରଞ୍ଜନ ମିଶ୍ର, ଟୁଲୁ ସେନ,ସୁଭେନ୍ଦୁ ସାହୁ,ାମିୟା ବଗର୍ତ୍ତି,ରାମାଇ ନାଏକ,ଶୁଭଙ୍କର ବାଗ , ମହମ୍ମଦ ଆସିଫ,ଆକ୍ରମ ବାଗ,ଅମିତ ସାହୁ,ମୁକେଶ ସାହୁ,ରୋଶନ ମିଶ୍ର,ସୁମିତ ପଟ୍ଟନାୟକ, ଗୁପ୍ତେଶ୍ୱର ମୁଗ୍ରି,ସମୀର ବାଗ,ମଧୁ ନାଗ,ଲୋପନ ମିଶ୍ର ଓ ନାଶିର ଖାନ ପ୍ରମୁଖ ଉପସ୍ଥିତ ଥିଲେ ।