-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
27-Nov-2020
ବରଗଡ: ଇମ୍ପିରିୟଲ କଲେଜଠାରେ ଡିଜିଟାଲ ପ୍ଳାଟଫମରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୟପ୍ରକାଶ ଶତପଥୀ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସ୍ୱାଧୀନତା ପୂର୍ବରୁ ସମ୍ବିଧାନ ପ୍ରସ୍ତୁତିର ବିଶଦ୍ ବିବରଣୀ ପ୍ରଦାନ କରିଥିଲେ । ପୃଥିବୀର ବିଭିନ୍ନ ଦେଶର ସମ୍ବିଧାନ ମାନଙ୍କରୁ ଶ୍ରେଷ୍ଠ ଜିନିଷଗୁଡିକ ନିଆଯାଇ ଭାରତର ସମ୍ବିଧାନ ପ୍ରସ୍ତୁତ କରାଯାଇଥିଲା ଡ.ବିଆର ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବିଧାନ ସଭା ଏହାକୁ ପ୍ରସ୍ତୁତ କରିଥିଲା । ଇମ୍ପରିୟଲ କଲେଜର ଅଧ୍ୟକ୍ଷ ଦିପକ ଗୋୟଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଦୁର୍ଗେଶ ଶତପଥୀ, ସଂଜୟ ମେହେର ଭାଗ ନେଇଥିଲେ । ରାଜନୀତି ବିଜ୍ଞାନର ବହୁ ଛାତ୍ରଛାତ୍ରୀ ନିଜର ମନ୍ତବ୍ୟ ରଖିଥିଲେ । ଅଧ୍ୟାପିକା ଜୁବୁଲି ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ।