-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
26-Aug-2022
ଭୁବନେଶ୍ବର (ଶୁଭାଶିଷ ନାୟକ) ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଏବଂ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ପାଇଁ ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ(ଓଏସ୍ଇଏଫଡ଼ି) ଖୋର୍ଦ୍ଧା ଜିଲ୍ଲା ତରଫ ରୁ ରାଜ୍ୟ କୋଷାଧ୍ୟକ୍ଷ ରୌପ୍ୟରଞ୍ଜନ ସାମନ୍ତରାୟ,ଜିଲ୍ଲା ସଭାନେତ୍ରୀ ଏଲୋରା ପ୍ରିୟଦର୍ଶିନୀ,ଯୁଗ୍ମ ସଂପାଦକ ଅଶ୍ବିନୀ ମୁଦୁଲି,ସଂଯୋଜକ ବିଶ୍ବବିଜୟୀ ଦାଶ,ସହ ସଂଯୋଜକ ସୁଶୀଲ କୁମାର ସାହୁ ଏବଂ ଆଇଟି ସେଲ ସଂଯୋଜିକା ପ୍ରିୟଙ୍କା ପ୍ରିୟଦର୍ଶିନୀ,ସଂଗଠକ ସନ୍ତୋଷ ପରିଡ଼ା ଙ୍କ ସମେତ ସଦସ୍ୟ ମାନେ ବେଗୁନିଆ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ମହୋଦୟ ଏବଂ ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମହୋଦୟ ଙ୍କୁ ସାକ୍ଷାତ କରି ଆଲୋଚ଼ନା କରିବା ସହ ଦାବି ପତ୍ର ଦେଲେ ଏବଂ ମାନ୍ୟବର ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ସାହୁ ଓ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଏହାକୁ ଗୁରୁତ୍ବ ଦେଇ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ମହୋଦୟ ଙ୍କ ସହ ଆଲୋଚ଼ନା କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଲେ।ଦିବ୍ୟାଙ୍ଗ ମାନେ ସାଧାରଣ ବିଦ୍ୟାଳୟ ରେ ଶିକ୍ଷା ଗ୍ରହଣ କରୁଛନ୍ତି,ତାଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେଲେ ସେମାନେ ଭଲ ଭାବରେ ଶିକ୍ଷା ଗ୍ରହଣ କରି ସମାଜ ର ମୁଖ୍ୟସ୍ରୋତରେ ସାମିଲ ହୋଇପାରନ୍ତେ ବୋଲି ସଂଘ ପକ୍ଷରୁ କୁହାଯାଇଛି।