-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
26-Aug-2022
ପାଟଣାଗଡ(ସଚ୍ଚିଦାନନ୍ଦ ମହାକୁଡ) ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ଆଜି ପାଟଣାଗଡ଼ ସହରରେ ତାଙ୍କ ନିଜସ୍ଵ ପାଣ୍ଠିରୁ ହୋଇଥିବା ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକରକାମ ଉଦଘାଟନ କରିଛନ୍ତି । ପ୍ରଥମେ ବଡ଼ପଡ଼ାରେ ୧୦ ଲକ୍ଷ ଟଙ୍କା
ଅଟକଳରେ ଏକ ନୂତନ କମ୍ୟୁନିଟି ସେଣ୍ଟରକୁ ଉଦଘାଟନ କରିବା ପରେ ରାମପୁରଠାରେ ଲଷ୍ମୀ ମନ୍ଦିରରେ ୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ହୋଇଥିବା ନୂତନ ପ୍ରକଳ୍ପ ଓ ସ୍ଥାନୀୟ କୋର୍ଟ ପରିସରରେ ଥିବା କ୍ରିମିନାଲ କୋର୍ଟ ବାର ଆସୋସିଏସନର ସମ୍ପ୍ରସାରଣ କୋଠାକୁ ମଧ୍ୟ ଉଦଘାଟନ କରିଥିଲେ । ଏହି ଅବସରରେ ନୂତନ କୋଠାରେ କ୍ରିମିନାଲ କୋର୍ଟ ବାର ଆସୋସିଏସନ ତରଫରୁ ସଭାପତି ବିପିନ ବିହାରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ ଓ ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ଲକ୍ଷଣ କୁମାର ମେହେରଙ୍କୁ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସାଂସଦ ତାଙ୍କ ମନ୍ତ୍ୟବରେ ଆପଣମାନଙ୍କ ପାଇଁ ମୋ ଦ୍ୱାର ସଦାବେଳେ ଖୋଲା ରହିଛି ବୋଲି କହିଥିଲେ । ବାର ତରଫରୁ ପୁରୁଣା କୋଠାରେ ଓକିଲମାନେ ଦୟନୀୟ ଅବସ୍ଥାରେ ବସୁଛନ୍ତି ବୋଲି କୁହାଯାଇଥିଲା । ସେଥିପାଇଁ ପୁଣି ନିଜ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି ।