-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
26-Aug-2022
ବରଗଡ:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ ରେ ଯାଉଥିବା ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ଲହଙ୍ଗୀର ରପଟା ଏକ ବିପଦ ର କାରଣ ପାଲଟିଛି।ଏଇ ଛୋଟିଆ ନାଳା ରେ ନିର୍ମିତ ରପଟା(ପୋଲ) ଟି ଅତି ଛୋଟ ଫଳତଃ ବର୍ଷା ହେବାଦ୍ବାରା ନିକଟସ୍ଥ ପାହାଡ଼ ରୁ ପାଣି ମାଡି ଆସିବା ଦ୍ୱାରା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥାଏ । ପାଇକମାଳ ରୁ ଧୂମାଭଟା ଛକ ସଂଯୋଗ ରାସ୍ତା ଟି ଗମନାଗମନ ରୁ ବିଚ୍ଛିନ୍ନ ହୋଇପଡେ । ଛୋଟିଆ ବ୍ରିଜ ଟି ଏକ ପ୍ରକାର ର ଦୁର୍ବଳ ମଧ୍ୟ
ହୋଇସାରିଛି। ବିଭାଗୀୟ ଅଧିକାରୀ ଠାରୁ ଆରମ୍ଭ କରି ରାଜନେତା ମାନେ ମଧ୍ୟ ଉଣା ଅଧିକେ ଜାଣିଛନ୍ତି। କିନ୍ତୁ ଇଚ୍ଛାଶକ୍ତି ର ଅଭାବ ହେତୁ ପ୍ରତିବର୍ଷ ଏଇ ଗୋଟିଏ ସ୍ଥାନରେ ବାରମ୍ବାର ଲୋକେ ଦୁର୍ଘଟଣା ର ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଗତକାଲି ମଧ୍ୟ ଅନୁରୂପ ଦୁର୍ଘଟଣା ଟିଏ ଘଟିଛି। ପାଇକମାଳ ବ୍ଳକ ଅଧିନସ୍ଥ ହିରାପୁର ଗ୍ରାମ ର ସୁଜିତ ହଂସ,ପିତା-ଚକ୍ରଧର ହଂସ ଏଇ ରାସ୍ତା ଦେଇ ଯିବା ସମୟରେ ଏଇ ଛୋଟିଆ ନାଳା ର ରପଟା ରେ ଦୁର୍ଘଟଣା ର ଶିକାର ହୋଇ ବର୍ତ୍ତମାନ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି।ଏ ଭଳି ମଣିଷ ଖିଆ ବ୍ରିଜ ଉପରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ତଥା ପଦ୍ମପୁର ବିଧାୟକ ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ଉଚ୍ଚତା ବିଶିଷ୍ଟ ଏକ ବ୍ରିଜ ନିର୍ମାଣ କଲେ ଏ ଭଳି ଅଘଟଣ ଗୁଡ଼ିକ ଏଡାଇ ହୁଅନ୍ତୁ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରନ୍ତି।