-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
26-Aug-2022
ସୁବର୍ଣ୍ଣପୁର- ଗତକାଲି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ଉନ୍ନୟନ କାମର ଅଗ୍ରଗତି ବାବଦରେ ଜିଲ୍ଲାର କିଛି କର୍ତ୍ତବ୍ୟରତ ସାମ୍ବାଦିକ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଶେଷ କରି ମହାନଦୀ ବ୍ରିଜଠାରୁ କୁଞ୍ଜଛକ ପର୍ଯ୍ୟନ୍ତ ଚାଲିଥିବା ଚାରିଥାକିଆ ରାସ୍ତା ର ଅଗ୍ରଗତି ନେଇ ତଥା ପୌରସଂସ୍ଥା ତରଫରୁ ସହରର ବିଭିନ୍ନ ସ୍ଥାନରେ ଚାଲିଥିବା ଧିମା ଓ ନିମ୍ନମାନର କାମ ତଥା ବିଭିନ୍ନ ସମୟରେ ମୁକ୍ତା ଯୋଜନାରେ ସହରର ବିଭିନ୍ନ ୱ।ଟର ହାର୍ଭେଷ୍ଟିଙ୍ଗ୍ ପଏଂଟ ହେଉ ବା ରାସ୍ତା କାମ ସବୁର ସ୍ଥାୟୀତ୍ୱ କୁ ନେଇ ପ୍ରଶ୍ନ ଉଠାଇଥିଲେ। ଏପରିକି ବିଭିନ୍ନ ସମୟରେ ଉକ୍ତ ଯୋଜନା ରେ ହୋଇଥିବା ନିମ୍ନ ମାନର କାମକୁ ନିଜେ ପ୍ରତ୍ୟକ୍ଷ ଭାବରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ଜିଲ୍ଲା ରେ ପାଳନ ହେଉଥିବା କ୍ରୀଡା ସପ୍ତାହ ର ପାଳନ ନେଇ ଜିଲ୍ଲାପାଳ ଙ୍କ ଉଦ୍ୟମକୁ ପ୍ରଶଂସା କରିବାସହ କ୍ରୀଡା ସପ୍ତାହ ର ସଫଳତା କାମନା କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଅଭିଯାନରେ ଜିଲ୍ଲାର ମହିଳା ମାନଙ୍କୁ
ସ୍ୱାବଲମ୍ବନଶୀଳ କରାଯିବାରେ ସେ ନେଉଥିବା ପଦକ୍ଷେପକୁ ସ୍ୱାଗତ କରିବାସହ ହସ୍ତତନ୍ତ ଓ ଟେରାକୋଟା ସାମଗ୍ରୀର ବହୁଳ ପ୍ରସାରପାଇଁ ନିକଟରେ ସୁବର୍ଣ୍ଣ।ନାମରେ ଏକ ଆଉଟଲେଟ ଖୋଲି ଏବେ ତାର ସୁଦୁର ପ୍ରସାର ପାଇଁ ନିକଟରେ ଭୂବନେଶ୍ୱର ଠାରେ ବିଏମସି ଦ୍ୱାରା ପ୍ରଦତ୍ତ ଏକ ଷ୍ଟଲ ମଧ୍ୟ ମିଳିଥିବା ଯୋଗୁଁ ଏହା ଜିଲ୍ଲାର ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି ବୋଲି ଜିଲ୍ଲାପାଳ ଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ। ଆଜିର ଏହି ପ୍ରତିନିଧି ଦଳରେ ବରିଷ୍ଠ ସଭ୍ୟ ପିତାମ୍ବର ମହାପାତ୍ର, ସନ୍ତୋଷ ମିଶ୍ର,ଦିଲିପ ପାତ୍ର,ମନୋରଞ୍ଜନ ତ୍ରିପାଠୀ ଓ ମହାଦେବ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।