-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
18-Aug-2022
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ନୂଆଁପଡ଼ା ଜିଲ୍ଲାର ବୁଡେନ ବ୍ଲକ ଅନ୍ତର୍ଗତ ଡୁରକାମୁଣ୍ଡା ଗ୍ରାମର ମିରା ସତନାମୀ ବୟସ ପନ୍ଦର ବଲାଙ୍ଗୀର ଭିମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ରକ୍ତ ହୀନତା ଯୋଗୁଁ ଭର୍ତି ହୋଇଥିଲେ।
ପ୍ରଥମେ ନୂଆଁପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ହେଲେ ବମ୍ବେ ବ୍ଲଡ ଗୃପ ବିରଳ ହୋଇଥିବାରୁ ସେଠାରେ ମିଲିନଥିଲା। ଫଲରେ ଭାଙ୍ଗିପଡିଥିଲେ ପରିବାର। ।ତାଙ୍କ ସମ୍ପର୍କିୟ ସାମାଜିକ ଗଣମାଧ୍ୟମରେ ରକ୍ତ ପାଇ ଗୁହାରି କରିଥିଲେ। ଭୂବନେଶ୍ବରର ଉତ୍କଳ ରକ୍ଷକ ସଂଗଠନର ପ୍ରତିଷ୍ଠାତା ରାକେଶ କୁମାର ସେଠୀ ଏବିଷୟରେ ସୂଚନା ପାଇ ରକ୍ତଦାତା ବଲାଙ୍ଗୀର ସଙ୍ଗଠନ ର ସଭାପତି ଶ୍ରୀ ଜୟଦେବ ଜାଲ ଙ୍କୁ ଜଣାଇଥିଲେ। ସୂଚନା ଅନୁଯାୟୀ ଏହି ରକ୍ତ ଗୃପ ବିରଲ। ଦଶ ଲକ୍ଷ୍ୟ ଲୋକଙ୍କ ମଧ୍ୟରୁ ପ୍ରାୟ ଜଣଙ୍କ ଠାରେ ଏଭଳି ବ୍ଲଡ ରହିଥିବା ଜଣାଯାଏ। ଶ୍ରୀ ଜାଲ୍ ବଲାଙ୍ଗୀର ରେ ରହୁଥିବା ଦୁଇ ଜଣ ବମ୍ବେ ଫେନୋଟାଇପ ରକ୍ତଦାତାଙ୍କୁ ଯୋଗାଯୋକରିଥିଲେ। ସେମାନଙ୍କ ମଧ୍ୟରୁ ବଲାଙ୍ଗୀର ବ୍ଲକ ରେ କାର୍ଯ୍ୟରତ କର୍ମଚାରୀ ଭକ୍ତବନ୍ଧୁ ବାଗ ଆସି ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସର ରେ ଥିବା ରକ୍ତ କେନ୍ଦ୍ର ରେ ରକ୍ତଦାନ କରିଥିଲେ। ମିରା ସତନାମୀ ଙ୍କ ପରିବାର ରକ୍ତ ଦାତା ତଥା ସହଯୋଗ କାରୀ ଙ୍କୁ ଧନ୍ୟବାଦ କରିଛନ୍ତି।