-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର) ସର୍ବଭାରତୀୟ ଶ୍ରମିକ ସଂଗଠନର ଆହ୍ୱାନ କ୍ରମେ ଆଜି ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ, ଅଫିସର ଓ ସେବା ନିବୃତ କର୍ମଚାରୀ ମାନେ ସରକାରଙ୍କ ଶ୍ରମିକମାରଣ ଓ ପୁଞ୍ଜିପତି ପୋଷଣ ନୀତି ବିରୁଦ୍ଧରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ମୁଖ୍ୟ କାର୍ଯ୍ୟାଳୟ, ବଲାଙ୍ଗୀର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାରଙ୍କ ଆଭିମୁଖ୍ୟକୁ ବିଭିନ୍ନ କର୍ମକର୍ତ୍ତା କଡା ସମାଲୋଚନା କରି ସରକାର ଯଦି ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନ ଆଣନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ । ଉକ୍ତ ସଭାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ତଥା ଅଲ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପୋଇଜ୍ ଫେଡେରେସନର ସାଧାରଣ ସଂପାଦକ ପୁଲିନ ମିଶ୍ର, ଅଫିସର ସଂଘର ସାଧାରଣ ସଂପାଦକ ଆଶୁତୋଷ ମିଶ୍ର, ସେବାନିବୃତ୍ତ ସଂଘର ସାଧାରଣ ସଂପାଦକ ଯୁଗଳ ପଟେଲ ଏବଂ ଉପସଭାପତି ଦ୍ୱାରିକାନାଥ ପଟେଲ, ତଥା କର୍ମଚାରୀ ସଂଘର ଅଫିସ ସେକ୍ରେଟେରୀ ଅଭିଜିତ ଗଡତ୍ୟା, ଅଫିସରସ୍ ସଂଘର ଅଫିସ ସେକ୍ରେଟେରୀ ଶଙ୍କର ପ୍ରସାଦ ମିଶ୍ର ଓ ଅନ୍ୟ କର୍ମଚାରୀ ମାନେ ଉଦ୍ବୋଧନ ଦେଇଥିଲେ ।