-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ପାଟନ!ଗଡ଼, (ପ୍ରେରଣା ଖବର) - ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅଧିନସ୍ଥ ତମିଆଁ ଗ୍ରାମର ଔଷଧ ପ୍ରଧାନଙ୍କୁ ଜଣେ ଦୁର୍ବୁତ୍ତ ମରଣାତ୍ମକ ଆକ୍ରମଣ କରିଛି । ସୂଚନାଯୋଗ୍ୟ ଯେ, ସେ ଡାକ ବିଭାଗରେ ପୋଷ୍ଟମାଷ୍ଟର ଭାବରେ ଭରତବାହଳ ଗ୍ରାମରେ କାମ କରନ୍ତି। ତେବେ ଆଜି ସକାଳେ ତମିଆଁ ଗାଁର ଜଗନ୍ନାଥ ମନ୍ଦିର ସାମ୍ନାରେ ଜଣେ ଦୁର୍ବୁତ୍ତ ପୋଷ୍ଟମାଷ୍ଟର ଶ୍ରୀ ପ୍ରଧାନଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଟଣାଗଡ ହସ୍ପିଟାଲକୁ ଅଣାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡିଛି । ତେବେ ପୂର୍ବ ଶତୃତା କାରଣରୁ ଏହି ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି ।