-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
କଳାହାଣ୍ଡି/ନର୍ଲା (ସଞ୍ଜୀବ ଦାସ)- ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ଙ୍କ ମୃତ୍ୟୁ ଅଭିଯୋଗ କରି ନର୍ଲା ଠାରେ ରାସ୍ତା ଅବରୋଧ କରିଛନ୍ତି ସାଧାରଣ ଜନତା। ନର୍ଲା ଜୟନ୍ତୀ ନଗର ପଡାର କୈବଲ୍ୟ ସେନାପତିଙ୍କ ୧୨ବର୍ଷ ନାବାଳକ ପୁଅଙ୍କ ଆଜି ଡାକ୍ତରଖାନାରେ ମୃତ୍ୟୁ ଘଟିଛି l ଡକ୍ଟରଙ୍କ ଚିକିତ୍ସା ଅବହେଳାରୁ ହିଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଲୋକେ ରାସ୍ତାରୋକ କରିଛନ୍ତି । ମୃତକ ଜଣକ ହେଲେ ନର୍ଲା ର ମନୋଜ ସେନାପତି। ଗତ କାଲି ବିଳମ୍ବିତ ରାତିରେ ମନୋଜଙ୍କ ପେଟରେ ବ୍ୟଥା ହେବାରୁ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ନର୍ସ ମନୋଜକୁ ଗୋଟିଏ ଇଞ୍ଜେକସନ ଦେଇ ଘରକୁ ପଠାଇ ଦେଇଥିଲେ। ଘରେ ପହଞ୍ଚିବାର କିଛି ସମୟପରେ ପୁଣି ମନୋଜ ଅସୁସ୍ଥ ଅନୁଭବ କରିବାରୁ ପୁଣି ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ । ହେଲେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହିଁ ମନୋଜଙ୍କ ମୃତ୍ୟୁ ଘଟିଥିଲା । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡ଼ାକ୍ତର ଅଭାବରୁ ଚିକିତ୍ସା ହୋଇପାରୁନଥିବାରୁ ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ତେଣୁ କ୍ଷତିପୂରଣ ଓ ଡାକ୍ତର ନିଯୁକ୍ତି ଦାବିରେ ପରିବାର ଓ ସ୍ଥାନୀୟ ଲୋକେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମୃତ ବାଳକଙ୍କ ଶବ ରଖି ରାସ୍ତା ଅବରୋଧ କରିଛନ୍ତି। ଏ ହିଁ ମୃତ୍ୟୁ ଫଳରେ ସ୍ବାସ୍ଥ୍ୟ ପ୍ରଶାସନ ର ନଗ୍ନ ଚିତ୍ର ବାଟ ରେ ପଡି ଦାଣ୍ଡ ରେ ଗଡୁଛି ।