-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା କଂଗ୍ରେସ ର ଚିନ୍ତନ ବୈଠକ ନେତା କର୍ମୀ ଶୃୃଙ୍ଖଳିତ ହେଲେ ଦଳ ଆଗକୁ ଯିବ

21-Jun-2022



ବଲାଙ୍ଗିର,୨୧ା୬- ଭାରତୀୟ ଜାତୀୟ କଂଗ୍ରେସ ଏପରି ଏକ ରାଜନୈତିକ ଦଳ ଯାହାର ଉତ୍ପତ୍ତି ଦେଶର ସ୍ୱାଧିନତା ସଂଗ୍ରାମ ରୁ ହୋଇଥିଲା । ଏହି ଦଳ ଓ ଏହାର ନେତାଙ୍କ ତ୍ୟାଗ, ବଳିଦାନ ଓ ଶୃଙ୍ଖଳା ଭାରତ ବର୍ଷକୁ ଉନ୍ନତି ଓ ବିକାଶର ଦିଗ ଦେଖାଇଥିଲା । ଦଳର ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଆମ ଦେଶ ସାରା ବିଶ୍ୱରେ ଏକ ଶକ୍ତିଶାଳି ଦେଶ ରୂପେ ଉଭା ହୋଇଛି । କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷିରେ ଦେଖାଗଲେ ଦଳିୟ ବିଶୃଙ୍ଖଳ ଓ ସଚେତନତାର ଅଭାବ ଯୋଗୁଁ ଦଳ ଅଧୋଗତି ହେଉଛି । ତେଣୁ ଆଜି ଏହି ଚିନ୍ତନ ବୈଠକରେ ଉପସ୍ଥିତ ଥିବା ସମସ୍ତ କର୍ମୀ ଏବଂ ନେତାମାନେ ଜାଣିବା ଦରକାର ଯେ ଦେଶ ସ୍ୱାଧିନତା ପରେ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କଂଗ୍ରେସ ଦଳ ବଞ୍ôଚଲେ ହିଁ ଏହି ଦେଶ ବଂଚିବ । ତେଣୁ ଆମେ ନିଜକୁ ବହୁତ ଶୃଙ୍ଖଳିତ କରି ଦଳକୁ ମଜବୁତ କରିବା ସାଙ୍ଗେ ଦେଶକୁ ଆଗେଇ ନେବା ବୋଲି ଆଜି ସୁଦପଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ର ଚିନ୍ତନ ବୈଠକରେ ଯୋଗ ଦେଇ ମାନ୍ୟବର ବଲାଙ୍ଗିର ବିଧାୟକ ତଥା ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି ଚିନ୍ତନ ବୈଠକରେ ଆହୁରି ମଧ୍ୟ କହିଥିଲେ କଂଗ୍ରେସ ବଂଚିଲେ ଦେଶ ବଞ୍ôଚବ ଏବଂ ଦେଶ ବଂଚିବାକୁ ହେଲେ ଆମକୁ ଶୃଙ୍ଖଳିତ ହେବାକୁ ହେବ । ତେଣୁ ଯଦି ଏହି ଫାସିବାଦି ବିଜେପି ସରକାର ଯିଏ କି ଦେଶର ବିଭିନ୍ନ ସମ୍ବିଧାନିକ ସଂସ୍ଥା ଉପରେ ଆକ୍ରମଣ କରି ଏକ ହିଟଲରି ଶାସନ ଚଳେଇବାକୁ ଚାହୁଁଚି ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ଦଳକୁ ଲୋକାଭିମୁଖି କରି ଲୋକଙ୍କ କାମ କରିବାକୁ ହେବ । ବିଗତ ୮ ବର୍ଷ ହେଲା ବେକାରୀ ବଢିଛି, ଚାଷୀ ହନ୍ତସନ୍ତ ହେଉଛନ୍ତି, ପ୍ରତିରକ୍ଷା କ୍ଷେତ୍ରକୁ ଘରୋଇ କରଣ କରି ଦେଶର ସାର୍ବଭୈାମତ୍ୟ ଉପରେ ପ୍ରଶ୍ନବାଚି ସୃଷ୍ଟି କରାଯାଉଛି । ଯୁବକମାନଙ୍କୁ ଅଗ୍ନିବୀର ନାମରେ ନିଯୁକ୍ତି ସୃଷ୍ଟି କରି ଏକ ବିରାଟ ଶଡଯନ୍ତ୍ର କରାଯାଉଛି । ନ୍ୟାୟପାଳିକାକୁ ଭୟଭିତ କରାଯାଉଛି । ସିବିଆଇ, ଇଡି ଭଳିଆ ସଂସ୍ଥାକୁ ହାତ ବାରିସି କରି ବିରୋଧି ଦଳ ରାଜ ନେତାମାନଙ୍କୁ   ବଦନାମ କରିବାରେ ଚେଷ୍ଟା କରାଯାଉଛି । ତେଣୁ ଏ ସବୁଥିରୁ ଦେଶ ତଥା ଦେଶର ୧୩୦ କୋଟି ଲୋକଙ୍କୁ ବଂଚିବାକୁ ହେଲେ ଏ ସରକାର ପୁଳତ୍ପାଟନ କରିବା ନିହାତି ଦରକାର । ଆଜିର ଚିନ୍ତନ ବୈଠକରେ ଉପସ୍ଥିତ ଥିବା ସମସ୍ତେ ଶପଥ ନିଅନ୍ତୁ ଯେ ସେମାନେ ଏ ଜନବିରୋଧି ସରକାରର ମୁଖା ଖୋଳିବା ପାଇଁ ଯୋଜନାବଦ୍ଧ ଭାବରେ କାମ କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ବୈଠକରେ ପକ୍ଷବେକ୍ଷକ ଭାବରେ ଯୋଗଦାନ କରିଥିବା ରାଜ୍ୟ କିଶାନ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ନିଜ ବକ୍ତବ୍ୟରେ ଚିନ୍ତନ ବୈଠକର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବାବଦରେ ସୂଚନା ଦେବା ସହ ଉପସ୍ଥିତ ନେତା ଓ କର୍ମୀଙ୍କୁ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ସଚେତନ କରାଇଥିଲେ । ଦଳ କିପରି ଆଗକୁ ଯିବ ସେ ଦିଗରେ ସମସ୍ତ ପ୍ରକାର ମନମାଳିନ୍ୟ ଭୁଲି କଂଗ୍ରେସ ପରିବାର ଏକଜୁଟ ହୋଇ କାମ କରନ୍ତୁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦକ ଉମାଶଙ୍କର ପଣ୍ଡା, ଉପ-ସଭାପତି ଇଂ ରମେଶ ପୁରୋହିତ, ସନ୍ତକ ବହିଦାର, ଖିରସାଗର ବର୍ମା, ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର, କିଶାନ ସେଲ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ସଇଁନ୍ତଲା ବ୍ଲକ ସଭାପତି ଗୁଣ ସାଗର ମାଝି, ଦେଓଗାଁ ବ୍ଲକ ସଭାପତି ରାମଜୀ ଚୌଧୁରି, ଆଗଲପୁର ବ୍ଲକ ସଭାପତି ମନମୋହନ ପଟେଲ, ରାଜ୍ୟ କିଶାନ ସେଲ ସଭାପତି ସରୋଜ ରଥ, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି,  ଦେଓଗାଁ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ଯୁବ ନେତା ଗଣେଷ ସାହୁ, କାନ୍ତେଶ୍ୱର ପଧାନ, ଏସ୍‌ଟି ସେଲ ସଭାପତି ମୟ ପ୍ରଧାନୀ ପ୍ରମୁଖ ଆଗାମୀ ଦିନରେ ଜିଲ୍ଲା ଭିତରେ ଦଳକୁ କିପରି ଶୃଙ୍ଖଳିତ କରାଯିବ ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଛାତ୍ର, ଯୁବକ, କୃଷକ, ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ  ଲୋକଙ୍କୁ ସଚେତନ କରାଯିବ । ସେ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଚିନ୍ତନ ବୈଠକ ରେ ଜିଲ୍ଲାର ସମସ୍ତ ବ୍ଲକରୁ କଂଗ୍ରେସ ନେତୃବୃନ୍ଦମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଦଳିତ ନେତା ଶ୍ରୀଧର ବାରିକ, ଜୁଲୁ ପଟ୍ଟନାୟକ, ଉମାକାନ୍ତ ସାହୁ, ଖିରସାଗର ବର୍ମା, ନାରୀ ନେତ୍ରୀ ବବିତା ସାହୁ, ଦମୟନ୍ତି ବଘାର ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026

You Might Also Like