-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||     

HOME   ଜିଲ୍ଲା

ମହାନଦୀ ଜଳ ବିବାଦରେ ପ୍ରତିକ୍ରୀୟା ରଖିଲେ ନରସିଂହ. ଉଭୟ ବିଜେଡି ଓ ବିଜେପିର ଷଡଯନ୍ତ୍ର ପାଇଁ ଓଡିଶାରେ ମହାନଦୀ ଶୁଖି ଯାଉଛି  ମହାନଦୀ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କଲେ ନରସିଂହ

26-May-2022



ବଲାଙ୍ଗିର,(ପ୍ରେରଣା ଖବର)- ଓଡିଶାରେ ଜୀବନ ରେଖା କୁହାଯାଉଥିବା ମହାନଦୀ ଦିନକୁ ଦିନ  ଶୁଖି ଯାଉଥିବା ଦେଖାଯାଉଛ ି । କିନ୍ତୁ ଦୁଃଖର ବିଷୟ ଯେ, ଓଡିଶା ସରକାର ଏହି ସମସ୍ୟାର ସମାଧାନ ପ୍ରତି କୌଣସି ଆନ୍ତରିକତା ଦେଖାଉ ନାହାନ୍ତି । ଏବେ ଦେଖା ଯାଉଛି ଯେ, ଛତିଶଗଡର ଗତ ବିଜେପି ସରକାର ରାଜ୍ୟରେ ଅନେକ ବ୍ୟାରେଜ ନିର୍ମାଣ କରି ସେଠାରେ ସମ୍ପୁର୍ଣ୍ଣ ଭାବେ ବାନ୍ଧି ଦେଇଛି । ଓଲୋଟା ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ  ଏହାର ରାଜନୈତିକକରଣ କରି ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟମାନଙ୍କୁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଆକ୍ଷେପ କରୁଛନ୍ତି । କିନ୍ତୁ ଯେତେବେଳେ ମହାନଦୀ ଜଳ ବିବାଦକୁ ନେଇ ବାଚସ୍ପତିଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଆଲୋଚନା ପାଇଁ ସମୟ ଅନୁରୋଧ କରାଯାଇଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ  ଓଡିଶାବାସୀଙ୍କ ଏହି ସମସ୍ୟାକୁ ସମ୍ପୁର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଥିଲେ । ଏଥିରୁ ଲୋକେ ବୁଝି ଯିବା ଦରକାର ଯେ କୁମ୍ଭୀର କାନ୍ଦଣା କଂଗ୍ରେସ କରୁଛି ନା ବିଜେପି ଏହି ସମସ୍ୟାକୁ ନେଇ କେବଳ ନିର୍ବାଚନୀ ରାଜନୀତି କରୁଛି ।  ପ୍ରକୃତରେ ମହାନଦୀ ସମସ୍ୟାକୁ ନେଇ କେବଳ ବିଜେପି ନୁହେଁ  ତା ସହ ବିଜେଡି ମଧ୍ୟ ହାତ ମିଳାଇ ହୀନ ରାଜନୀତି କରୁଛି । ଆହୁରି ଓଡିଶାରେ ମହାନଦୀକୁ ଶୁଖେଇ ଦେବା ପାଇଁ ଷଡଯନ୍ତ୍ର କରୁଛି ବୋଲି ସ୍ଥାନୀୟ ସାର୍କିଟ ହାଉସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସାମ୍ବାଦିକମାନଙ୍କୁ କହିଛନ୍ତି । ସେ ନିଜ ପ୍ରତିକ୍ରୀୟାରେ ଆହୁରି କହିଛନ୍ତି ଯେ, ମହାନଦୀ ଜଳ ସମସ୍ୟାକୁ ନେଇ କଂଗ୍ରେସ ଦଳ ପ୍ରଥମେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସମାଧାନ ପାଇଁ  ବାରମ୍ବାର ଚିଠି ଦେବା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କ ନିଷ୍କ୍ରିୟତା ଯୋଗୁଁ   ବିରୋଧି ଦଳ ନେତା ଭାବେ ମୁଁ ଏହି ସମସ୍ୟାର ସମାଧାନ ପାଇଁ ଏକ ସର୍ବଦଳିୟ ବୈଠକର ଆହ୍ୱାନ ଦେଇଥିଲି । ଉକ୍ତ ବୈଠକରେ ବିଜେଡି, ବିଜେପି ସହ ଗୋଟି ରାଜଣୈତିକ ଦଳ, ବିଶେଷଜ୍ଞ , ବୁଦ୍ଧିଜୀବ ଓ ଏନଜିଓ ମାନେ ମଧ୍ୟ ଭାଗ ନେଇ ଏକତାର ସହ ଏହି ବିବାଦର ସମାଧାନ ପାଇଁ କାମ କରିବା ନେଇ ପ୍ରତିଶୃତି ଦେଇଥିଲେ । ପରବର୍ତ୍ତି ସମୟରେ ଏହାକୁ ନେଇ  ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱରେ ଦୁଇ ଦୁଇଟି କମିଟି ଗଠନ କରଯାଇଥିଲା । କିନ୍ତୁ ଦିନ ପରେ ଦିନ ଗଡିବା ପରେ ମଧ୍ୟ କୌଣସି ବୈଠକ ଡକା ଗଲା ନାହିଁ । ଓଡିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାଧ୍ୟ ହୋଇ କଂଗ୍ରେସର ଏକ ପ୍ରତିନିଧି ଦଳ ଛତିଶଗଡ ଯାଇ ପହଞ୍ଚିଥିଲା । କିନ୍ତୁ , ତତକାଳିନ ଛତିଶଗଡ ସରକାର ଶିଳ୍ପପତିଙ୍କ ଖର୍ଚ୍ଚରେ କେବଳ ଶିଳ୍ପପତିଙ୍କ ଉଦ୍ଦେଶ୍ୟରେ କେଲୋ ନଦୀ ଉପରେ ୭ଟି ବ୍ୟାରେଜ ନିର୍ମାଣ କରି ଜଳରାଶିକୁ ବାନ୍ଧି ଦେଇଥିବା ଦେଖିବାକୁ ପାଇଥିଲା । ସେହି ଶିଳ୍ପପତିମାନଙ୍କ ବହୁ କୋଟି ଟଙ୍କାର ବ୍ୟବସାୟ ତଥା ସଂପର୍କ ଓଡିଶା ସରକାରଙ୍କ ସହ ଥିବା ଯୋଗୁଁ ଓଡିଶା ସରକାର ସେହି ପୁଞ୍ଜିପତି ଶିଳ୍ପପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡିଆଙ୍କ ଜୀବନ ରେଖା ମହାନଦୀ ଯାହାର ପାଣି କୁ ନେଇ କୋଟି କୋଟି ଓଡିଶାବାସୀ ପେଟ ପାଟଣା କରନ୍ତି ତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିଲେ । ଆହୁରି ମଧ୍ୟ ବିଧାୟକ ଶ୍ରୀ ମିଶ୍ର ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଖୌଲା ଆହ୍ୱାନ କରିଛନ୍ତି ଯେ, ବର୍ତ୍ତମାନ ମଧ୍ୟ ସମୟ ଅଛି ମହାନଦୀ ଜଳ ସଂକଟକୁ ନେଇ କେନ୍ଦ୍ର ସରକାର, ଛତିଶଗଡ ସରକାର ଏବଂ ରାଜ୍ୟର ସମସ୍ତ ରାଜନୈତିକ ଦଳଙ୍କୁ ବିଶ୍ୱାସକୁ ନେଇ ଆଲୋଚନା ବାଟ ଫିଟାନ୍ତୁ । ହୁଏତ କୋଟି କୋଟି ଓଡିଶାବାସୀଙ୍କ ଜଳ କଷ୍ଟ ଦୁର ହୋଇ ପାରିବ ନଚେତ ଆଗାମୀ ଦିନରେ ମହାନଦୀ ସଂପୁର୍ଣ୍ଣ ଭାବେ ଶୁଷ୍କ ହୋଇ ମରି ଯିବ ଏବଂ ଏଥି ପାଇଁ ଓଡିଶାବାସୀ ସମ୍ପୁର୍ଣ୍ଣ ଭାବେ ରାଜ୍ୟସରକାରଙ୍କ ଷଡଯନ୍ତ୍ରକାରୀ ଆକ୍ଷା ଦେବେ ।  


News Comment




Photo in News

Advertisment
Lastest News
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026
  ଜିଲ୍ଲା  
ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   03-Oct-2026
  ଜିଲ୍ଲା  
ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   03-Oct-2026
  ଜିଲ୍ଲା  
ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   03-Oct-2026
  ଜିଲ୍ଲା  
ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   03-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   03-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ   03-Oct-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026

You Might Also Like