-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||     

HOME   ଜିଲ୍ଲା

କୋସଲ ଆନ୍ଦୋଳନକୁ ପୁର୍ନସଂଗଠିତ କରି ବୃହତ୍ତର ଓ ସଂଯୁକ୍ତ କୋସଲ ଆନ୍ଦୋଳନ ପ୍ରସ୍ତୁତ କରିବା ପାଇଁ ଆଗାମୀ ଜୁନ୍‌୧୮ ତାରିଖରେ ବରଗଡ଼ ଠାରେ ବିଚାର ମନ୍ଥନ ସମ୍ମିଳନୀହେବ- କୋସଲ ରାଜ୍ୟ ସମନ୍ୱୟ ସମିତି

26-May-2022



ବଲାଙ୍ଗିର,(ପ୍ରେରଣା ଖବର)  - କରୋନା ମହାମାରୀ ପାଇଁ ଭାରତବର୍ଷରେ ପ୍ରାୟତଃ ସବୁ ଜନଆନ୍ଦୋଳନ କ୍ଷତିଗ୍ରସ୍ତ ହୋଇଛି । କୋସଳ ଆନ୍ଦୋଳନ ସାମୟିକ ଭାବରେ ଧିମେଇ ଯାଇଥିଲା ।କିନ୍ତୁ ଏଭିତରେ ଘଟିଥିବା କିଛି ଘଟଣାବଳୀ ପ୍ରମାଣିତ କରିଛି ଯେ କୋସଳ ଆନ୍ଦୋଳନ ଯଦି ପୁଣି ଥରେ ସଂଗଠିତ ହୋଇ ବିରାଟ ରୂପଧାରଣ ନ କରିବ ତେବେ କୋସଳାଞ୍ଚଳର ଦୁଇକୋଟି ଜନସାଧାରଣଙ୍କ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ହୋଇଯିବ । କେରୋନା ଭଳି ଏକ ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ ଯେତେବେଳେ ସାରା ବିଶ୍ୱ ତତ୍ପର ହେଉଇଥିଲା ସେହି ସମୟରେ କେବଳ ସେ ମହାମାରୀକୁ ଯେ ଓଡ଼ିଶା ସରକାର ଏକ ବ୍ୟବସାୟରେ ପରିଣତ କରିଥିଲେ ତା’ନୁହେଁ, ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ ଯେଉଁ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଦାନ କରିବାର ଆବଶ୍ୟକତା ଥିଲା ତାହା ପ୍ରଦାନ କ୍ଷେତ୍ରରେ  ରାଜ୍ୟ ସରକାର କୋସଳାଞ୍ଚଳ ପ୍ରତି ଆଞ୍ଚଳିକ ବୈଷମ୍ୟ ପ୍ରଦର୍ଶନ କରିଥିଲେ । ଖାଲି ସେତିକି ନୁହେଁ ଠିକ୍ କରୋନା କାଳ ସୁଯୋଗ ନେଇ ବେଆଇନ୍ ଭାବରେ ରାଜ୍ୟସରକାର “ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେଇଦେଲେ ବୋଲି କୋଶଳ ରାଜ୍ଯ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି । କରୋନା କଟକଣା ସତ୍ତ୍ୱେ ସାରା କୋସଳାଞ୍ଚଳରେ ଏହାର ତୀବ୍ର ପ୍ରତିକ୍ରିୟା ହୋଇଥିଲା । ଏହା ସତ୍ତ୍ୱେ ରାଜ୍ୟ ସରକାର ବ୍ରିଟିଶ ‌ଢ଼ାଞ୍ଚାରେ ଏହାକୁ ଲାଗୁ କରିଥିଲେ । ସବୁଠାରୁ ବଳି ଦୁଃଖର ବିଷୟ ଏହି ଯେ, ରାଜ୍ୟର ଅନ୍ୟ ପ୍ରମୁଖ ରାଜନୈତିକ ଦଳମାନେ ଏହିପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୀରବ ସମର୍ଥନ ଦେଇଥିଲେ । ଏବେ ଏହି ପରିପ୍ରେକ୍ଷିରେ ହାଇକୋର୍ଟ ବେଞ୍ଚ୍ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ବାର ଏସୋସିଏସନ୍‌ର ପ୍ରତିକ୍ରିୟା ଓ ତା’ଉପରେ ରାଜ୍ୟସରକାର ଓରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମାନଙ୍କର ନୀରବତା କୋଶଳାଞ୍ଚଳ ପ୍ରତି ଉପକୁଳ ଓଡ଼ିଶାବାସୀ, ଓଡ଼ିଶା ସରକାର ଓ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳମାନଙ୍କର ପ୍ରକୃତ ଚେହେରାକୁ ଉଜାଗର କରିଛି । ଗଲା ଚାରି ଦଶକରୁ ଉର୍ଦ୍ଧ୍ୱ ହେଲା ହାଇକୋର୍ଟ ବେଞ୍ଚ ଦାବୀକୁ ରାଜ୍ୟ ସରକାର ଯେଉଁଭଳି ଭାବରେ ବିଭାଜିତକରି ଚପାଇ ଦେଲେ, ପାଲ କମିଶନ ରିପୋର୍ଟକୁ ଡଷ୍ଟ୍‌ବିନ୍‌କୁ ଫୋପାଡ଼ି ଦେଲେ, ଜଷ୍ଟିସ୍ ଯଶବନ୍ତ ସିଂ କମିଶନ ରିପୋର୍ଟକୁ ଉପେକ୍ଷା କଲେ ତଥା କେବଳ ଚିଠି ଖଣ୍ଡେ ଲେଖିଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଚେଷ୍ଟା କରୁଛନ୍ତି ।ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ସ୍ୱତନ୍ତ୍ର କୋସଳପ୍ରଦେଶ ଗଠନ ବିନା ଏ ଅଞ୍ଚଳର ବିକାଶ ଅସମ୍ଭବ । ଏଥି ପୂର୍ବରୁ ସମାନ ଢ଼ାଞ୍ଚାରେ ରାଜ୍ୟ ସରକାର ଏ ଅଞ୍ଚଳର ବୃହତ୍ ଚାଷୀ ଆନ୍ଦୋଳନ, ଆଦିବାସୀଆନ୍ଦୋଳନ, ଯୁବଛାତ୍ର ଆନ୍ଦୋଳନ ଓ ଅନ୍ୟାନ୍ୟ ଆନ୍ଦୋଳନକୁ କେବଳ ଦମନ କରିଚାଲିଛନ୍ତି । ଏଣୁ ଏକ ମୁକ୍ତ, ଶକ୍ତ ଓ ବିକଶିତ ବାତାବରଣରେ ବଞ୍ଚିବାକୁ ହେଲେ କୋସଳାଞ୍ଚଳର ଜନସାଧାରଣଙ୍କୁ ଏକତ୍ରିତ ହୋଇ ସ୍ୱତ କୋସଳପ୍ରଦେଶ ପାଇଁ ଲଢ଼ିବାକୁ ହେବ । ତେଣୁ କୋସଲ ରାଜ୍ୟ ସମନ୍ୱୟ ସମିତି ନିର୍ଦ୍ଧାରିତ କରିଛି ଯେ ସମସ୍ତ ଛୋଟବଡ଼ କୋସଲବାଦୀ ସଂଗଠନ, ଜାତି ସଂଗଠନ ତଥା ସାମାଜିକ ସଂଗଠନମାନଙ୍କୁ ଏକ ସଂଯୁକ୍ତ ବେନର୍ ତଳେ ରଖି ଏକ ବୃହତ୍ତର କୋସଳଆନ୍ଦୋଳନ ପୁଣିଥରେ ଠିଆ କରାଯିବ । ଏଥିପାଇଁ ଆଗାମୀ ଜୁନ୍ ୧୮ ତାରିଖରେ କୋସଲ ରାଜ୍ୟ ସମନ୍ୱୟ ସମିତିତରଫରୁ ସମସ୍ତ କୋସଲବାଦୀମାନଙ୍କୁ ନେଇ ଏକ ବିଚାର ମନ୍ଥନ ବୈଠକ ବରଗଡ଼ ଠାରେ କରାଯିବ । ଏହାପରେକୋଶଳ ଆନ୍ଦୋଳନ ଓ କୋସଳ ଯୁବ ଆନ୍ଦୋଳନକୁ ଏକ ବୃହତ୍ ରୂପ ଦେଇ ବୈଜ୍ଞାନିକ ଢ଼ାଞ୍ଚାରେ ଆନ୍ଦୋଳନରକାର୍ଯ୍ୟକ୍ରମକୁ ସଞ୍ଚାଳିତ କରାଯିବ । ସଂଗଠିତ କୋସଳ ଆନ୍ଦୋଳନ ୧୯୯୮ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ୭୨ଟି ସାମାଜିକ, ସାଂସ୍କୃତିକସଂଗଠନକୁ ନେଇ “କୋସଲୀ ଏକତା ମଞ୍ଚ’ ନାମରେ ଚାଲିଥିଲା । ୨୦୦୭ ମସିହାରେ କୋସଳ ଆନ୍ଦୋଳନର ଏକ ରାଜନୈତିକ ରୂପ ରୂପେ”କୋସଲ କ୍ରାନ୍ତିଦଳ’(କେକେଡ଼ି)ତିଆରି ହୋଇଥିଲା । ପରିଶେଷରେ୨୦୧୩ ମସିହାରେ ସମସ୍ତଙ୍କୁ ନେଇ କୋସଲ ରାଜ୍ୟ ସମନ୍ୱୟ ସମିତି ଗଠନ ହେଲା ପରେ ୨୦୧୩ ରୁ ୨୦୧୬ ମ୍ମରେ ଲାଗ୍ ଲାଗ୍‌ଚାରୋଟି ମହା ବନ୍ଦ ମ୍ମରେ କୋସଲ ଆନ୍ଦୋଳନ ହଠାତ୍‌୍‌୍ ଗତିଶୀଳ ହୋଇଯାଇଥିଲା । ଏହାପରେ ସାମୟିକ ଭାବରେ ଆତ୍ମଘାତି ହମଲା ମା୍ମମରେ କୋସଲ ଆନ୍ଦୋଳନକୁ ବିଭାଜିତ କରିବା ପାଇଁ ବିଧିବିଦ୍ଧ ଉଦ୍ୟମ କରାଯାଇଛି । ସେଥିରେଉପକୂଳ ପ୍ରଶାସନର ନିର୍କ୍ସେଶରେ ଏ ଅଞ୍ଚଳର କିଛି ରାଜନୈତିକ ନେତା ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ମୁଖ୍ୟତଃକୋସଲର ଯୁବ ଆନ୍ଦୋଳନକୁ ବିଭାଜିତ କରିବା ପାଇଁ କୋଶଳର ନେତୃତ୍ୱକୁ ମିଛ କଥା କହି ବଦନାମ କରିବାକୁ ତଥାସାମାଜିକ ଗଣମା୍ମମରେ ଭୁଲ ତଥ୍ୟ ପରିବେଶଣ କରିବା ଦିଗରେ ଯଥେଷ୍ଟ ଉଦ୍ୟମ କରାଯାଉଛି । ଏଥିପାଇଁ ଭୁବନେଶ୍ୱରରୁଏ ଅଞ୍ଚଳରେ ଅନେକ ଅର୍ଥ ବିନିଯୋଗ କରାଯାଉଛି ଏବଂ ଦୁର୍ବଳ ମାନସିକତା ଥିବା କିଛି ବୁଦ୍ଧିଜୀବୀ, ଯୁବକ ଓ ନିର୍ବାସିତ ରାଜନେତା ଙ୍କୁ ନେଇ ଏଭଳି ହୀନଉଦ୍ୟମକରାଯାଉଛି । କୋସଲ ରାଜ୍ୟ ସମନ୍ୱୟ ସମିତି ନିଷ୍ପତ୍ତି କରିଛି ଯେ ଏଭଳି ପ୍ରସାର ରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷମାନଙ୍କୁ ସମୁଚିତ ଜବାବ ଦିଆଯିବ ବୋଲି କୋଶଳ୍ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଆଜିର ପ୍ରେସ ମିଟ୍ ରେ ସୂଚନା ଦେଇଛନ୍ତି l
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   30-Jun-2026
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026

You Might Also Like