-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
26-May-2022
ବରଗଡ:-ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକ ରେ ଯାଉଥିବା ଚଣ୍ଡିଭଟା ଗ୍ରାମ ର ଚାଷୀ ଡୋଲାମଣୀ ଭୋଇ ଙ୍କ ଧାନ ବିକ୍ରୟ କରିବା ପାଇଁ ଟୋକନ ନମ୍ବର-୪୯୨ ଅନୁଯାୟୀ ତା ୧୨.୦୫.୨୦୨୨ରିଖ ରେ ଆସିଥିଲା । ନିର୍ଦ୍ଦେଶାନୁଯାୟୀ ଚାଷୀ ତାର ପରିଶ୍ରମ ର ପାଇଥିବା ଧାନ କୁ ତା ୩୧.୦୫.୨୦୨୨ରିଖ ଦିବସରେ ପ୍ରାଥମିକ ସମବାୟ ସମିତି ଝାରବନ୍ଧ ଜରିଆରେ ବିକ୍ରୟ କରିବାପାଇଁ ଆସିଥିଲା ।ହେଲେ ତାଙ୍କ ଟୋକନ କୁ ତା ୨୦.୦୫.୨୦୨୨ରିଖ ରେ କାହିଁକି ବାତିଲ କରିଦିଆଯାଇଛି ?କାରଣ କ'ଣ ? ସେ ଚାଷୀ ତାର
ଝାଲବୁହା ପରିଶ୍ରମ ର ଫଳ କୁ ବିକ୍ରୟ କରିବ କେଉଁଠି ?ଏ ଭଳି ଅନେକ ଗୁଡ଼ିଏ ପ୍ରଶ୍ନ ରେ ଛନ୍ଦି ହେଇଯାଉଛନ୍ତି ଏଠାକାର ଅନେକ ଗୁଡାଏ ଚାଷୀ ।ଶେଷରେ ହତୋତ୍ସାହିତ ହୋଇ ଚାଷୀ ଡୋଲାମଣୀ ଭୋଇ ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି ।ଏହାର ଆସୁସମାଧାନ ସହ ସନ୍ତୋଷ ଜନକ ଉତ୍ତର ଆଶାରେ ଚାଷୀ ଡୋଲାମଣୀ ଝାରବନ୍ଧ ପ୍ରାଥମିକ ସେବା ସମବାୟ ସମିତି ର ସମ୍ପାଦକ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି