-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
26-May-2022
କଳାହାଣ୍ଡି,କୋକସରା(ତ୍ରିନଥ ବେଶ୍ରା )
କଳାହାଣ୍ଡି ରେ ଦିନ କୁ ଦିନ ଦାଦନ ସମସ୍ୟା ଉଗ୍ର ରୁପ ନେଉ ଥିବା ବେଳେ ପୁଣି ଗାଁ କୁ ଫେରିଛି ନାବାଳକ ଦାଦନ ଶବ,କଲାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ର ପିପଲଝାପର ଗ୍ରାମ ର ଦୁର୍ଯୋଧନ ବିଷି ଙ୍କ ପୁଅ ସୋମନାଥ ବିଷି ବୟସ ୧୪ ,ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟ ରେ ନବମ ଶ୍ରେଣୀରେ ପଢ଼ୁଥିଲା।ଗତ ୬ ମାସ ତଳେ ବାପା ସହ ହାଇଦ୍ରାବାଦ ର ଏକ ଘରୋଇ କମ୍ପାନୀ ରେ କାମ ଅନ୍ବେଷଣରେ ଯାଇ ସେଠାରେ କାମ କରିବା ସମୟରେ ଗତ ମଙ୍ଗଳବାର ଦିନ ସଂଧ୍ୟା ରେ ବିଦ୍ୟୂତ ଆଘାତ ରେ ଆସି ଗୁରୁତର ହେବା ଫଳରେ ମେଡିକାଲ ରେ ଭର୍ତ୍ତି କରିଥିଲେ।କିଛି ସମୟ ପରେ ମୃତ୍ୟୁ ଘୋଷଣା କରିଥିଲେ।ଆଜି ମୃତ୍ୟୁ ଦେହ ଆମ୍ବୁଲାନ୍ସ ଯୋଗେ ପହଞ୍ଚିଛି। ଶବ ଗାଁ କୁ ପହଞ୍ଚିବା ପରେ କାନ୍ଦ ବୋବାଳି ରେ ଗାଁ ଦାଣ୍ଡ ଫାଟି ପଡିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡ଼ିଥିବା ବେଳେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଦାଦନ ଖଟିବାକୁ ଯାଉଛନ୍ତି।କରୋନା ସମୟରେ ସ୍କୁଲ ବନ୍ଦ କରି କାମ ସାରିଦେଇଥିଲେ ସରକାର। କିନ୍ତୁ ଗାଁ ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଦୃଷ୍ଟି ଦେଇନଥିଲେ।ଯାହା ଫଳରେ ହଜାର ହଜାର ଛାତ୍ରଛାତ୍ରୀ ଦାଦନ ମୁହାଁ ହୋଇଥିଲେ, ଏହା ହେଉଛି ତାର ଏକ ବାସ୍ତବ ଚିତ୍ର, ଛାତ୍ର ଦାଦନ ଗଲେ ଶବ ହେଇ ଫେରିଲେ ତେବେ ଏ ଦିଗରେ ଜିଲ୍ଲା ଶ୍ରମ ବିଭାଗ ଓ ପ୍ରଶାସନ ଆଗକୁ ଏହି ପରିବାର ପ୍ରତି କଣ ଅନୁକମ୍ପା ଦେଖାଉଛି ଦେଖିବାକୁ ବାକି ରହିଲା।