-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
02-May-2022
ଗଞ୍ଜାମ : ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଝାଡବାଇ ଗ୍ରାମ ପଞ୍ଚାୟତ ନିକଟସ୍ଥ ଗାଙ୍ଗନାପୁର ଗ୍ରାମରେ ଓଡ଼ିଆ ସାହିତ୍ୟ ସଂସଦ ପରିବାର ତରଫରୁ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଥିଲା |
ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଭାପତି ଶ୍ରୀ ଚିତ୍ରସେନ ମହାରଣା ଆରମ୍ଭ କରିଥିଲେ, ଅନୁଷ୍ଠାନ ର ସହ ସମ୍ପାଦକ ଶ୍ରୀ ପରମା ନାଏକ କାର୍ଯ୍ୟକ୍ରମ ଆରମ୍ଭ ରେ ମଙ୍ଗଳା ଚରଣ ଗାନ କରିଥିଲେ ଓ ଆସରକୁ ପରିଚାଳନା ମଧ୍ୟ କରିଥିଲେ |ଅନୁଷ୍ଠାନର ଜଣେ କବି ଗଞ୍ଜାମ ଜିଲ୍ଲାରୁ ଶ୍ରୀ ପ୍ରକାଶ ନାହାକ (ବାବୁଲା) କାର୍ଯ୍ୟକ୍ରମ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜର କବିତା ଓ ଭଜନ ଶୁଣାଇ ଥିଲେ |ବିଭିନ୍ନ ଜିଲ୍ଲାରୁ କବି କବୟିତ୍ରୀ ମାନେ ଆସର ରେ ନିନେ ନିଜର କବିତା ପାଠ କରିଥିଲେ | ଆସର ଶେଷ ରେ ବୌଦ୍ଧ ଜିଲ୍ଲାରୁ ଶ୍ରୀ ନିବାଶ ନାୟକ ଅଂଶଗ୍ରହଣ କରି ଜଗନ୍ନାଥଙ୍କ ଅତି ସୁନ୍ଦର ଭଜନ ଟି ଗାନ କରିଥିଲେ | ପରମା ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ |