-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
02-May-2022
ପଦ୍ମପୁର:- ପାଇକମାଳ ବ୍ଳକ ଅନ୍ତର୍ଗତ ମନଭଙ୍ଗ, ଲଉଡମାଲ,କୁଢେରଫସା ଗ୍ରାମକୁ ନେଇ ଆସନ୍ତା ମେ ୧୪ ରୁ
୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ହୋମଯଜ୍ଞ ପାଇଁ କୁଢ଼େରଫସା ଗ୍ରାମରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର କେନ୍ଦ୍ରୀୟ ଆବାହକ ଶ୍ରୀ ରବିନାରାୟଣ ସାହୁଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଦୀର୍ଘ ୨ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ହୋମଯଜ୍ଞ ହେଇନଥିଲା।ଚଳିତ ବର୍ଷ କରୋନା ର ପ୍ରକୋପ କମିଯିବାରୁ ସରକାର ତରଫରୁ କିଛି ମାତ୍ରାରେ କୋହଳ ହେବାରୁ ଯଜ୍ଞ କରିବାକୁ ନିଷ୍ପତ୍ତି ନିଆଯାଇଛି । ଉକ୍ତ ବୈଠକରେ ନିର୍ମଳ ପଟେଲ,ଗିରିଶ ଡନସେନା,ରଘୁ ପ୍ରଧାନ, ଡାଇମଣ୍ଡ ଭୁଏ, ଟିକେଲାଲ ମାହାର,ନକୁଲ ମଲ୍ଲିକ,କ୍ଷୀରୋଦ୍ର ଥପା ପ୍ରମୁଖ ଉପସ୍ଥିତ ଥିଲେ