-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
02-May-2022
ଖପ୍ରାଖୋଲ (ବେଦବର ଛତ୍ରୀଆ): ରାଜ୍ୟର ଚାଷୀ ଭାଇମାନଙ୍କ ପାଇଁ ଏକ ଖୁସି ଖବର । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଚାଷୀଙ୍କୁ ଏକ ବଡ଼ ଗିଫ୍ଟ ଦେବାକୁ ଯାଉଛନ୍ତି । ଏହି ଅବସରରେ ଆସନ୍ତାକାଲି ରାଜ୍ୟର ଚାଷୀମାନଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବ । କାଳିଆ ଯୋଜନାର ସମସ୍ତ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର। ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟର ୩୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୭୪୩ କୋଟି ଟଙ୍କା ପଠାଯାଇଥିଲା । ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କା ଲେଖାଏଁ ଜମା କରାଯାଇଥିଲା କାଳିଆ ଯୋଜନାରେ ଚାଷୀଙ୍କୁ ୧୮୭୪ କୋଟି ଟଙ୍କାର ସହାୟତା ଦିଆଯିବ ବୋଲି ଗତ ମାର୍ଚ୍ଚ ମାସ ୩୦ ତାରିଖରେ ଆଗତ ବଜେଟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଘୋଷଣା କରିଥିଲେ । ମୋଟ ୧.୧୦ ଲକ୍ଷ କୋଟିର ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ସରକାରୀ ଯୋଜନା ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଥିଲା।ସେହିପରି ବିପର୍ଯ୍ୟୟ ମୁକାବିଲା ପାଇଁ ୩୨୦୦ କୋଟି, ସ୍ୱାସ୍ଥ୍ୟ ପାଇଁ ୧୨୨୦୦ କୋଟି, ମିଶନ ଶକ୍ତି ପାଇଁ ୨ ହଜାର କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧୮୬୪ କୋଟି ଟଙ୍କାର ବ୍ୟବବରାଦ କରାଯାଇଥିଲା।