-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
01-May-2022
ବିନିକା(ହିମାଂଶୁ ଶେଖର ପୁଟେଲ) ଜଳ ହିଁ ଜୀବନ ।ପ୍ରଚଣ୍ଡ ଖରାରେ ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ସେବା ପାଇଁ ଓ ତାଙ୍କର ତୃଷ୍ଣା ମେଣ୍ଟାଇବା ପାଇଁ ଆଜି ବିନିକା ଏନଏସି ଉଲ୍ଲେ ଗ୍ରାମର ଯୁବ ସଂଗଠକ ରଣଜିତ ପଣ୍ଡା ନିଜସ୍ଵ ଉଦ୍ୟମରେ ବିନିକା ପାପକ୍ଷୟ ରାସ୍ତାର ହନୁମାନ ମନ୍ଦିର (ଆଦର୍ଶ ବିଦ୍ୟାଳୟ ନିକଟ) ତ୍ରିକୋଣିଆ ଛକଠାରେ ଜଳଛତ୍ର ଖୋଲି ଲୋକଙ୍କୁ ପାଣି ଯୋଗାଉଛନ୍ତି ।ଖରା ପ୍ରକୋପରୁ ରକ୍ଷା ନିମନ୍ତେ ଲୋକଙ୍କ ସେବା ହିଁ ପରମଧର୍ମ ଭାବି ଚଳିତ ଗ୍ରୀଷ୍ମମାସ ଯାକ ପାଣି ଦିଆଯିବ ବୋଲି ରଣଜିତ ପ୍ରକାଶ କରିଛନ୍ତି।ସୂଚନା ଯୋଗ୍ୟ ଯେ ବିନିକା ଠାରୁ ପୁଣ୍ୟପିଠ ପାପକ୍ଷୟକୁ ଯାଇଥିବା ୩କିମି ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ ପାଣିର ସୁବିଧା ନାହିଁ ।ଅନ୍ୟ ପକ୍ଷରେ ଯେଉଁ ଛକରେ ଜଳଛତ୍ର ଖୋଲାଯାଇଛି ସେହି ସ୍ଥାନରୁ ଆଦର୍ଶ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ପଡ଼ିବାକୁ ଯାଉଥିବା ବେଳେ ନିକଟରେ ଥିବା ମିନିଷ୍ଟାଡିୟମକୁ ଖେଳାଳି ମାନେ ଖେଳିବାକୁ ଯାଉଛନ୍ତି ।ଛକଟି ଗୁରୁତ୍ତ୍ୱପୂର୍ଣ ବହନ କରୁଥିବାରୁ ପର୍ଯ୍ୟଟନ ସ୍ଥଳୀପାପକ୍ଷୟଘାଟ,ମସ୍ୟଉତ୍ପାଦନକେନ୍ଦ୍ର,ଉଲ୍ଲେ,ରହିଲା,ଭମରପାଲି,ଚୌକିଯୋର ଆଦି ଅନେକ ଗ୍ରାମର ଲୋକେ ଏଠାରେ କିଛି ସମୟ ପାଇଁ ବିଶ୍ରାମ ମଧ୍ୟ ନେଇଥାନ୍ତି ।ସେ ଦୃଷ୍ଟିକୋଣରୁ ଉକ୍ତ ଜଳଛତ୍ର ସମସ୍ତଙ୍କ କାମରେ ଆସିବ ବୋଲି ଜଳଛତ୍ର ପ୍ରତିଷ୍ଠାତା ରଣଜିତ ପଣ୍ଡା କହିଛନ୍ତି ।