-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
05-Apr-2022
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ଅଫିସ ଠାରେ ନୂତନ ଏସପି ଶ୍ରୀ ଅମରେଶ ପଣ୍ଡା ଙ୍କ ଦ୍ୱାରା ଦୁଇ ଗୋଟି ପିସିଆର ଭ୍ୟାନ ର ଶୁଭ ଉଦଘାଟନ ହୋଇ ଯାଇଛି l ବୀରମହାରାଜପୁର ଥାନା ଓ ସୋନପୁର ସଦର ମହକୁମା ର ପୁରୁଣା ଭ୍ୟାନ ବଦଳ ରେ ଆଜି ଦୁଇ ଗୋଟି ନୂତନ ଇ ଆରଏସ ଏସ ଭ୍ୟାନ ଉଭୟ ଥାନା କୁ ଦିଆ ଯାଇଛି l ସାଧାରଣ ଜନତା ଙ୍କ ଜରୁରୀ ସେବା ଓ ଧନ ଜୀବନ ସୁରକ୍ଷା ପାଇଁ ୧୧୨ ନମ୍ବର କୁ ଡାଏଲ କରି ଏହି ଭ୍ୟାନ ଦ୍ୱାରା ଲୋକେ ମାଗଣା ରେ ଜରୁରୀ କାଳୀନ ସେବା ପାଇ ପାରିବେ ବୋଲି ଆଜି ଏସପି ଶ୍ରୀ ପଣ୍ଡା ସାମ୍ବାଦିକ ଙ୍କୁ ସୂଚନା ଦେଇଛନ୍ତି l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ଅତିରିକ୍ତ ଏସପି ହେମନ୍ତ ପାଢ଼ୀ, ଏସ ଡ଼ି ପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ଆର ଆଇ ପ୍ରଦ୍ୟୁମ୍ନ ପଟେଲ, ପ୍ରମୁଖ ଉଭୟ ଥାନାର ଥାନା ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ l