-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Mar-2022
ବିନିକା( ହିମାଂଶୁ ଶେଖର ପୁଟେଲ) ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ବିନିକାର ପୁଣ୍ୟପୀଠ ପାପକ୍ଷୟ ଘାଟ ଠାରେ ସାମୁହିକ ବ୍ରତପନୋୟନ ଅନୁଷ୍ଟିତ ହୋଇଯାଇଛି ।ଶ୍ରୀକ୍ଷେତ୍ର ପୁରୀ ବଂଶୀଧର ମହାରାଜଙ୍କ ତ୍ତତ୍ୱାବଧାନରେ ଅନୁଷ୍ଟିତ ଏହି ସାମୁହିକ ବ୍ରତୋପନୟନରେ ମୁଖ୍ୟ ପୁରୋହିତ ଭାବେ ବାଳଗୋପାଳ ପୁରୋହିତ, ସର୍ବେଶ୍ଵର ପୁରୋହିତ,ସଦାନନ୍ଦ ପାଣ୍ଡିଆ,ଉପେନ୍ଦ୍ର ଚାନ୍ଦଙ୍କ ସହ ୨୫ଜଣ ପୁରୋହିତ ସହଯୋଗ କରିଥିଲେ । ଏଥିରେ ଆଖ ପାଖ ଗ୍ରାମର ବହୁ ବ୍ରାହ୍ମଣ ବାଳକ ବ୍ରତ ହୋଇଥିଲେ ।ସମସ୍ତ ଖର୍ଚ୍ଚ ଭମରପାଲି ଗ୍ରାମର ଆଦିକନ୍ଦ ବାବୁ ବହନ କରିଥିଲେ ।ବ୍ରତ ଦେଖିବା ପାଇଁ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା ।