-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
14-Feb-2022
ବିରମହାରାଜପୁର,( ଵିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସି°ହା ପଞ୍ଚାୟତ ଅନ୍ତର୍ଗତ କୁଡାପଡା ଫୁଟବଲ ଖେଲ ପଡିଆରେ ଦ୍ଵିତୀୟ ତମ ସୁନ୍ଦରା କାଣ୍ଡ ପାରାୟଣ ଉଦଯାପିତ ହୋଇଯାଇଛି। ସକାଳୁ ଏକ ଆଧ୍ୟାତ୍ମିକ ପରିବେଶରେ ମହିଳା ଓ ପୁରୁଷ ନିକଟସ୍ଥ ନଦୀରୁ ଗଙ୍ଗା ବାହନ କରି କଳସ ଶୋଭା ଯାତ୍ରା କରି ପାରାୟଣ ମଣ୍ଡପ ସ୍ଥାପନ କରିଥିଲେ। ଏଥିରେ ପୂଜକ ସୁରେଶ ମିଶ୍ର ପୂଜା କାର୍ଯ୍ୟ ତୁଲାଉଥିବା ବେଳେ ଭିକାରୀ ଚରଣ ସାହୁ ଓ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ତୁଲାଇଥିଲେ। ବ୍ୟାସ ଶାନ୍ତାନୁ ତ୍ରିପାଠୀ ପୁରାଣ ପଠନ କରୁଥିଲେ। ଏହି ଅବସରରେ ଏକ ଆଧ୍ୟାତ୍ମିକ ଗୀତିନାଟ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଞ୍ଚଳ ବହୁ ସଂଖ୍ୟା ରେ ରାମ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଯୋଗଦେଇ ରାମଚରିତ ମାନସ ର ଭିବୁ ଗୃପା ଲାଭ କରିଥିଲେ। ଶେଷରେ ସମସ୍ତ ଭକ୍ତ ମାନଙ୍କୁ ନେଇ ଏକ ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।