-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
14-Feb-2022
ଢେଙ୍କାନାଳ ଟାଉନ ପୋଲିସ ମହିଷାପାଟ ନିକଟରୁ ଏକ ଟିଭିଏସ ଗାଡି ମାଧ୍ୟମରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜବତ କରିଛି, ସୂଚନା ଅନୁଯାୟୀ ଭୁବନ ଅଞ୍ଚଳରୁ ଚୋରା ଗଞ୍ଜେଇ ଚାଲାଣ ଶଙ୍କରପୁର ଅଞ୍ଚଳରୁ ହେଉଥିବା ର ସୂଚନା ପାଇ ପୋଲିସ ମହିସାପାଟ ଛକ ନିକଟରେ ଛକି ରହିଥିଲା, ଗଞ୍ଜେଇ ଚାଲାଣ କାରି ଯୁବକ ଜଣକ ନିଜ ଟିଭିଏ ସଏକ୍ସଲ ନଂ ଓଡି ୦୬ଡି ୮୯୬୪ରେ ଗଞ୍ଜେଇ ଧରି ଦ୍ରୁତ ଗତିରେ ଚାଲି ଯାଉଥିଲା, କୌଶଳ କ୍ରମେ ପୋଲିସ ଗାଡିକୁ ଜବତ କରିବା ସହ ଗଞ୍ଜେଇ ଚାଲାଣ କାରି ଯୁବକକୁ ଗିରଫ କରିଥିଲେ, ଗିରଫ ଯୁବକଙ୍କ ଠାରୁ ୨୦କିଲୋ ଗଞ୍ଜେଇ ଜବତ କରିଥିଲେ, ଧରା ପଡ଼ିଥିବା ଯୁବକ ଜଣଙ୍କ ନୂଆ ଭୁବନ ବାସିନ୍ଦା ବରୁଣ ସାହୁ ବୋଲି ଜଣା ପଡିଛି, ଏ ନେଇ ପୋଲିସ ଅବକାରୀ ଧାରାରେ ଯୁବକଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି l
,