-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
13-Feb-2022
ବଲାଙ୍ଗୀର, ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ ନଅଗାଁ (ଖ) ସ୍ଥିତ ପଞ୍ଚାୟତ ହାଇସ୍କୁଲ ଠାରେ ଏକ ବିଜ୍ଞାନ ଖେଳନା ତିଆରି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍କୁଲର ୨୮ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପରିଷଦର ସଭାପତି ଡଃ ଅଭିମନ୍ୟୁ ମିଶ୍ର ଓ ବିଜ୍ଞାନ ସଂସଦର ସଂପାଦକ ଡଃ ବି.ଏନ୍ ଶ୍ରୀକାନ୍ତ ଏହି କର୍ମଶାଳାକୁ ସଂଚାଳନ କରିଥିଲେ । ଭଙ୍ଗ ଶସ୍ତା ଉପକରଣରୁ ୨୮ଟି ଖେଳନା ପିଲାଙ୍କ ଆଗରେ ତିଆରି କରି ସେହି ପିଲା ମାନଙ୍କୁ ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଭାଗବତିଆ ସାହୁଙ୍କ ପରିଚାଳନାରେ ଆୟୋଜିତ ଏହି କର୍ମଶାଳାକୁ ସ୍କୁଲର ପ୍ରଧାନ ଶିକ୍ଷକ ବିକାଶ ପ୍ରଧାନ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ । ଆସନ୍ତା ଜାତୀୟ ବିଜ୍ଞାନ ଦିବସ ଦିନ ଏହି ଖେଳନା ସବୁକୁ ପିଲା ମାନେ ନିଜ ହାତରେ ତିଆରି କରିବା ସହ ନିର୍ମାଣ କୌଶଳ ଓ ଏଥିରେ ଥିବା ବୈଜ୍ଞାନିକ ତତ୍ତ୍ୱକୁ ଦେଖଣାହାରୀ ମାନଙ୍କୁ ବୁଝାଇବେ ବୋଲି ଜଣାପଡିଛି ।