-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
13-Feb-2022
ଫେକ ଭୋଟର ସାବଧାନ ! ନିର୍ବାଚନ ସମୟରେ ରାଜନୀତି ସରଗରମ ଥିବା ବେଳେ ନକଲି ମତଦାତାଙ୍କୁ ସତର୍କବାଣୀ ଶୁଣାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କେହି ଫେକ୍ ଭୋଟର ବୋଲି ଜଣାପଡ଼ିଲେ, ତାକୁ ତୁରନ୍ତ ପୋଲିସ ଜିମା ଦିଆଯିବ ।
ପରିଚୟ ଉପରେ ଆପତ୍ତି ହେଲେ ଏଜେଣ୍ଟ ଚ୍ୟାଲେଞ୍ଜ କରିପାରିବେ । ୨ ଟଙ୍କା ଦେଇ ଭୋଟରଙ୍କ ପରିଚୟକୁ ଚାଲେଞ୍ଜ କରିପାରିବେ ଏଜେଣ୍ଟ । ଏହାସହ ପ୍ରିଜାଇଡିଂ ଅଫିସରମାନେ ସ୍ପଟ୍ ଉପରେ ଯାଞ୍ଚ କରିପାରିବେ । ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଭୋଟରଙ୍କୁ ପୋଲିସ ନିକଟରେ ଜିମା ଦିଆଯିବ । ସେହିପରି ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ ।
ଜଣଙ୍କ ସ୍ଥାନରେ ଅନ୍ୟ ଜଣେ ଭୋଟ ଦେଇଥିଲେ ତାକୁ କାଉଣ୍ଟ କରାଯିବନି । ସେ କ୍ଷେତ୍ରରେ ସେହି ବ୍ୟକ୍ତିଙ୍କୁ ଟେଣ୍ଡଡ୍ ଭୋଟ ପାଇଁ ଅନୁମତି ମିଳିବ । ଅନ୍ୟପଟେ ଭୋଟ ଦେଇଥିବା ସେହି ବାଲାଟ ପେପରକୁ ଅଲଗା ରଖାଯିବ । ପୋଲିଂ ଅଫିସରମାନଙ୍କ ପାଇଁ ଭୋଟ ଦେବା ବ୍ୟବସ୍ଥା ରହିବ ନାହିଁ ବୋଲି ମଧ୍ୟ ନିର୍ବାଚନ କମିଶନ କହିଛନ୍ତି ।ବଲାଙ୍ଗୀର ଜିଲ୍ଲାରୁ ପଶ୍ଚିମ ଓଡିଶା ବ୍ୟୁରୋ ଚିଫ ଅନ୍ତର୍ୟାମି ସାହୁ ଙ୍କ ରିପୋର୍ଟ