-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
13-Feb-2022
କଂଟାବାଞ୍ଜି(ଆନନ୍ଦ ମୋଟେ) ମୋର ଅଜାର ବାପା, ଅଜା ଏବଂ ବାପା ସମସ୍ତେ ସାଧାରଣ ଜନତାଙ୍କ ପାଇଁ କାମ କରୁଥିଲେ । ମୋର ବାପା ଏବେ ମଧ୍ୟ ଲୋକଙ୍କ ସୁଖ ଦୁଃଖରେ ଆସିଥାନ୍ତି । ପରିବାର ୩ ଜଣ ସରପଂଚ ରହି ଲୋକଙ୍କ କାମ କଲେ ଶେଷରେ ମତେ ସୁଯୋଗ ମିଲିଥିବାରୁ ମୁଁ ମଧ୍ୟ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାରେ ପାଦ ଥାପିଛି । ତୁରେକେଲା ବ୍ଲକ ଚଟୁଅନକା ପଂଚାୟତ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୂଛନ୍ତି ଯୁବ ସମାଜସେବି ତଥା ପୁର୍ବତନ ସରପଂଚ ହିରାଧର ବଏଙ୍କ ପୁଅ ଗଜାନନ୍ଦ ବଏ । ଗଜାନନ୍ଦ ନିଜର ପୁର୍ବ ପୁରୁଷଙ୍କ ଆଦର୍ଶକୁ ଆପଣାଇ ଚଳିତ ନିର୍ବାଚନ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ସେ ସରପଂଚ ହେଲେ ତାଙ୍କ ପୁର୍ବ ପୁରୁଷ ଏବଂ ବାପା ଯେମିତି ପଂଚାୟତର ଉନ୍ନତି ପାଇଁ କାମ କରିଥିଲେ ମୁଁ ମଧ୍ୟ ସେମିତି କାମ କରିବି ବୋଲି ପ୍ରଚାର ସମୟରେ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ୨୦ ବର୍ଷ ପରେ ପୁଣି ରାଜନୀତି ମୌଦାନ ପାଦ ଦେଇଛନ୍ତି ପୂର୍ବତନ ସରପଞ୍ଚ ହିରାଧର ବଏ ସେ ତାଙ୍କ ପୁଅ ପାଇଁ ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଲୁଛି। ବେହେରେନସିଟେଲ ଗାଁ ର ବିଭିନ୍ନ ପଡା ବୁଲି ସେ ଭୋଟ ପ୍ରଚାର କରିଛନ୍ତି । ପ୍ରଚାର ସମୟରେ ପଡାବାସୀ ମଧ୍ୟ ଫୁଲମାଲ ଦେଇ ସମ୍ବର୍ଦ୍ଧନା ଦେଇଥିବା ଦେଖାଯାଇଥିଲା ।