-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
15-Dec-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) ନୟାଗଡ଼ ସହରରେ ସକାଳୁ ସକାଳୁ ପ୍ରବଳ ଶୀତ, କାକର ଓ କୁହୁଡ଼ିରେ ଭିଜୁଛି । ଅନେକ ଅସହାୟ ଲୋକ ବିିଭିନ୍ନ ସ୍ଥାନରେ ଅସହାୟ ଅବସ୍ଥାରେ ରାତ୍ରି ଯାପନ କରୁଛନ୍ତି । ଏହି ଅସହାୟ ମାନଙ୍କର ସାଥି ପାଲଟିଛନ୍ତି ନୟାଗଡ଼ ତହସିଲଦାର ପଦ୍ମଚରଣ ସାହୁ । ଆଜି ସକାଳୁ ସକାଳୁ ଥଣ୍ଡା କାକର ଭିତରେ ଆସି ନୟାଗଡ଼ ପୁରୁଣା ବସଷ୍ଟାଣ୍ଡରେ ରାତ୍ରି ଯାପନ କରୁଥିବା ଅସହାୟ ମାନଙ୍କୁ ବିଭିନ୍ନ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି । ପାଖାପାଖି ୧୨ ଜଣରୁ ଉର୍ଦ୍ଧ ଅସହାୟଙ୍କୁ କମ୍ବଳ ବଣ୍ଟନ କରିବା ସହ ବିଭିନ୍ନ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି ତହସିଲଦାର । ବାସହରା ଅସହାୟ ଙ୍କ ଦୁଃଖ ରେ ସାଥି ହୋଇଥିବାରୁ ସବୁଆଡ଼େ ଚର୍ଚ୍ଚା ହେଉଥିବା ବେଳେ ପ୍ରଶଂସା ର ପାତ୍ର ପାଲଟିଛନ୍ତି ଶ୍ରୀଯୁକ୍ତ ସାହୁ ।