-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
23-Nov-2021
ପଦ୍ମପୁର/ଝାରବନ୍ଧ(ନିରଞ୍ଜନ ତ୍ରିପାଠୀ) : କେତେକ ନ୍ୟାୟୋଚିତ ଦାବୀ କୁନେଇ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ପକ୍ଷରୁ ଝାରବନ୍ଧ ବ୍ଳକ ଅଞ୍ଚଳ ର ସମସ୍ତ ଗ୍ରାମ ପଞ୍ଚାୟତ ତଥା ଗ୍ରାମାଞ୍ଚଳ ମାନଙ୍କରେ କାର୍ଯ୍ୟରତ
ଅଙ୍ଗନୱାଡ଼ି କର୍ମୀ ମାନେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦେଶ୍ୟ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଝାରବନ୍ଧ ତଥା ସମନ୍ନିତ ବିକାଶ ପ୍ରକଳ୍ପ ଅଧିକାରିଣୀ ଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଛନ୍ତି lଦାବି ଗୁଡିକ ହେଲା ପ୍ରତିମାସ ରେ ଦରମା ପ୍ରଦାନ,ଗରମ ରନ୍ଧାଖାଦ୍ୟ ର ଟଙ୍କା ମାସକୁ ମାସ ପ୍ରଦାନ, ବଣ୍ଟନ କରାଯାଉଥିବା ଅଣ୍ଡା ପ୍ରତିମାସ ରେ ଯୋଗାଇ ଦିଆଯାଉ,ବାକିଆ ରହିଯାଇଥିବା ଦରମା ଅତିଶିଘ୍ର ପ୍ରଦାନ,ସେକ୍ଟର ମିଟିଂ ତଥା ଅନ୍ୟାନ୍ୟ ମିଟିଂ ର ଗ୍ରସ୍ତ ଖର୍ଚ୍ଚ ପ୍ରଦାନ କରାଯାଉ,ଗରମ ରନ୍ଧାଖାଦ୍ୟ ଓ ଅଣ୍ଡା l
ବଣ୍ଟନ କରାଯାଉଥିବା ଅଣ୍ଡା ବୃଦ୍ଧି କରାଯାଉ,କେବଳ ପ୍ରତିମାସ ୨୦ ତାରିଖ ରେ କିସ୍ତି ଫର୍ମ ନିଆଯାଉ, ସେକ୍ଟର ମିଟିଂ ପ୍ରତି ସେକ୍ଟର ରେ କରାଯିବା, ମୋବାଇଲ ଭାଉଚର୍ ଟଙ୍କା ପ୍ରତିମାସ ରେ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ଯେଉଁ ମୋବାଇଲ ଅଚଳ ସେ ସବୁ କୁ ଫେରସ୍ତ ନେବାକୁ ଦାବି ଉତ୍ଥାପନ କରାଯାଇଛି