-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
ଢେଙ୍କାନାଳ,(ତାପସ ଦାସ) : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଠାରେ ଆନ୍ଦୋଳନ ରତ କୃଷକମାନଙ୍କର ହତ୍ୟା ପ୍ରତିବାଦରେ ଏବଂ କେନ୍ଦ୍ର ସ୍ଵରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି ଓ ଦୋଷିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦାବିରେ ଆହ୍ବାନ ଦେଇଥିବା ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ରେଳରୋକ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଜଣାଇଛନ୍ତି। ଏହି ଆୱାନ କ୍ରମେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବରିଷ୍ଠ କଂଗ୍ରେସ ନେତା ପ୍ରେମଶଙ୍କର ମିଶ୍ରଙ୍କ ନେତୃତ୍ବରେ ମୁଖ୍ୟ ଷ୍ଟେସନ ଠାରେ ଦିବା ୧୦ ଘଟିକା ସମୟରେ ୨ଟି ମାଲ୍ ଗାଡ଼ିକୁ ଅଟକ ରଖାଯାଇଥିଲା। ପରବର୍ତୀ ସମୟରେ ରେଳବାଇ ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲେ। ଏହି ଆନ୍ଦୋଳନରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିପ୍ରବର୍ ସାହୁ, ଜିଲ୍ଲା ମହିଳା ସଭାପତି ମାମତଞ୍ଜଳି ବେହେରା, ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ, ବରିଷ୍ଠ ନେତା ନିର୍ମଳ ମିଶ୍ର, ନିଶାକର ସାହୁ, ସୁନିଲ ଦାଶ, ମହମ୍ମଦ ସମୀର, ବସନ୍ତ ବେହେରା, ମହିଳା ନେତ୍ରୀ ଶିଳ୍ପୀଶ୍ରୀ ହରିଚନ୍ଦନ, ଛାତ୍ର ସଭାପତି ଶୁଭମ ଦାଶ, ଛାତ୍ର ନେତା ଦୂର୍ଗା ଦତ୍ତ ମିଶ୍ର, କମଳପ୍ରୀତ ସିଂହ, ଦୋନେଶ ମହାପାତ୍ର, ଅର୍ଜୁନ ଦାସ ପ୍ରମୁଖ ଯୋଗ ଦେଇଥିଲେ।