-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
ବଲାଙ୍ଗିର (ପ୍ରେରଣା ଖବର) : ବଲାଙ୍ଗୀର ଭୀମଭୋଇ ମେଡିକାଲରେ ପଡି ରହିଥିବା ଜଣେ ଅସହାୟ ଅଜଣା ରୋଗୀ ଙ୍କ ପାଖକୁ କେହି ନ ଆସିବାରୁ ଅସହାୟର ବନ୍ଧୁ ସାଜି ମଣିଷତ୍ୱ ଦେଖାଇ ସହଯୋଗର ହାତ ବଢ଼ାଇଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ l ଅସହାୟ ର ପ୍ରକୃତ ବନ୍ଧୁ ବଲାଙ୍ଗିର ସ୍ବେଛାସେବୀ ସଂଗଠନ ସଦାସର୍ବଦା ସାମାଜିକ କାମରେ ନିଜକୁ ନିୟୋଜିତ କରିଛି lଶାନ୍ତି ପଡ଼ା ଟାଇଗର ୟୁଥ୍ କ୍ଲବ୍ ଶବ ଦାହ ପାଇ କାଠ ଦେଇ ସହଯୋଗ ହାତ ବଢାଇଥିଲେ ବଲାଙ୍ଗୀର ସ୍ଵେଚ୍ଛାସେବୀ ସଂଗଠନ lବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ର ସଦସ୍ୟ ଗୋବିନ୍ଦ ଶତପଥି, ଅଜୟ କୁମାର ନାଗ,,ସନ୍ତୋଷ ପଟ୍ଟନାୟକ, ଦେବରାଜ ମହାନନ୍ଦ,ପାର୍ଥ କରନ, ସରୋଜ ସାହୁ,ଲିଙ୍କନ ସେଠ୍,ପ୍ରିତମ କଲତା, ମୁନେଶ କର୍ମୀ ଓ ବିବେକ କୁମ୍ଭାର ସସମ୍ମାନରେ ସ୍ଥାନୀୟ ବିଭୁତିପଡ଼ା ସ୍ଥିତ ସ୍ମଶାନ ଠାରେ ଦିନ ତମାମ ଶବ ସତ୍କାର କରିଥିଲେ l